୨୩ କିମ୍ବା ୨୪ରେ ବିଧିବଦ୍ଧ ଭାବେ ହାତ ଧରିବେ ପ୍ରତ୍ୟୁଷା- ନିରଞ୍ଜନ

ଭୁବନେଶ୍ୱର: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଦଳର ବହୁ ପ୍ରମୁଖ ନେତା ବିଧାଯକ ଓ ସାଂସଦଦମାନେ ଦଳ ବଦଳ କରୁଥିବାର ଦେଖିବାକୁ ମିଳୁଛନ୍ତି | ତେବେ କିଛି ଦିନ ହେଲା ଚର୍ଚ୍ଚାରେ ରହୁଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଆଜି କଂଗ୍ରେସରେ ମିଶିବେ ବୋଲି ସୂଚନା ମିଳିଛି | ଏହି ସୂଚନା ଦେଇଛନ୍ତି ଖୋଦ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆଜି ଗଣମାଧ୍ୟମକୁ ନିରଞ୍ଜନ କହିଛନ୍ତି ଯେ, ପ୍ରତ୍ୟୁଷା ୨୩ କିମ୍ବା ୨୪ ତାରିଖରେ ବିଧିବଦ୍ଧ ଭାବେ ହାତ ଧରିବେ । ସେ ଏନେଇ ଚିଠି ଦେଇଛନ୍ତି । ତେବେ ସେ କେଉଁଠୁ ପ୍ରାର୍ଥୀ ହେବେ ସେନେଇ କିଛି ସ୍ଥିର ହୋଇନଥିବା ପିସିସି ମୁଖିଆ ନିରଞ୍ଜନ ପଟ୍ଟନାଯକ କହିଛନ୍ତି ।
ଉଲ୍ଲେଖନୀୟ, ଗତକାଲି ପ୍ରତ୍ୟୁଷା ବିଜେଡିରୁ ଇସ୍ଥଫା ଦେଇଥିଲେ । ଟିକେଟ୍ ନ ମିଳିବା ସହ ସେ ତାଙ୍କ ଇସ୍ତଫା ପତ୍ରରେ ନୟାଗଡ ବିଧାୟକ ଅରୁଣ ସାହୁ ଏବଂ ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ତାଙ୍କୁ ହଇରାଣ କରିଥିବା କହିଥିଲେ । ତେବେ ଏସବୁ ସତ୍ୱେ ଦଳ ତାଙ୍କ କଥା ଶୁଣିନଥିବା ସେ ଅଭିଯୋଗ କରିଥିଲେ ।

କଂଗ୍ରେସରେ ମିଶିବାକୁ ନିରଞ୍ଜନଙ୍କୁ ଭେଟିଲେ ପ୍ରତ୍ୟୁଷା