ପତ୍ର ଏକ ଉପକାର ଅନେକ

ଭୁବନେଶ୍ୱର : ଗ୍ରୀଷ୍ମର ପ୍ରଭାବ ଆରମ୍ଭ ହୋଇସାରିଛି । ଏହି ଦିନମାନଙ୍କରେ ନିୟମିତ ନିମ ପତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟା ଦୂର ହେବା ଶରୀର ପାଇଁ ବେଶ ଉପକାରୀ ଅଟେ । ଜାଣନ୍ତୁ ଖରାଦିନେ ନିମ ପତ୍ର ଖାଇବା ଦ୍ୱାରା କି କି ଉପକାର ହୋଇଥାଏ….
ଖରାଦିନେ ନିୟମିତ ନିମ ପତ୍ର ଖାଇବା ଚର୍ମ ପାଇଁ ବେଶ ହିତକାରକ ଅଟେ ।
କେଶ ପାଇଁ ଏହା ବରଦାନ ଠାରୁ କମ ନୁହେଁ । ସାମ୍ପୁ ପରିବର୍ତ୍ତେ ଏହାକୁ କେଶ ସଫା ପାଇଁ ବ୍ୟବହାର କରିବା ଦ୍ୱାରା କେଶର ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ ।
ନିୟମିତ ସକାଳ ସମୟରେ ନିମ ପତ୍ର ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ । ହଜମ ପ୍ରକ୍ରିୟା ସୂଚାରୁ ରୂପେ ହୋଇଥାଏ ।
ଖାଲି ପେଟରେ ନିୟମିତ ଅଳ୍ପ ନିମ ପତ୍ର ଖାଇବା ଦ୍ୱାରା କର୍କଟ ଓ ହୃଦ ଜନିତ ରୋଗ ଠାରୁ ଶରୀରକୁ ଦୂରେଇ ରଖେ ।
ପାଚନ କ୍ରିୟାକୁ ନିମ ପତ୍ର ସୁସ୍ଥ ରଖିଥାଏ ।
ନିମ କାଠିକୁ ଦାନ୍ତ ଘଷିବା ସମୟରେ ବ୍ୟବହାର କରିବା ଦ୍ୱାରା ଦାନ୍ତ ମଜଭୁତ କରିଥାଏ । ଦାନ୍ତରୁ ଦୂଷିତ ପଦାର୍ଥ ବାହାର କରିବା ସହ ଦାନ୍ତ ଜନିତ ବିଭିନ୍ନ ସମସ୍ୟା ଦୂର କରିଥାଏ ।
ନିମ ପତ୍ରକୁ ପାଣି ପକାଇ ଭଲ ଭାବେ ଫୁଟାନ୍ତୁ । ଭଲ ଭାବେ ଫୁଟିବା ପରେ ଏହାକୁ ଥଣ୍ଡା କରି ଏହି ପାଣିରେ ମୁହଁ ଧୋଇବା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ । ଚକ୍ଷୁ ଜନିତ ଅସୁବିଧା ଦୂର ହୋଇଥାଏ ।
ଗଳା ଦରଜ ହେଉଥିଲେ ନିମ ପତ୍ର ଖାଇବା ଦ୍ୱାରା ଏହି ସମସ୍ୟାକୁ ମୁକ୍ତି ମିଳିଥାଏ ।
ମଧୁମେହ ରୋଗୀ ସପ୍ତାହକୁ ୩ରୁ ୪ ଥର ନିମ ପତ୍ର ଖାଇବା ଦ୍ୱାରା ଖୁବ ଉପକାର ମିଳିଥାଏ ।
ଏହାସହ ବିଭିନ୍ନ ପ୍ରକାରର ସଂକ୍ରମଣ ରୋଗରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ ।

ଘରେ ଓସ୍ତ ଗଛ ରହିଛି କି, ଜାଣି ନିଅନ୍ତୁ କଣ କହେ ବାସ୍ତୁ….