ମୁଗ ଖାସି ମାଂସ ଖାଆନ୍ତୁ ଏବଂ ଘରେ ପ୍ରସ୍ତୁତ କରନ୍ତୁ…

ଭୁବନେଶ୍ୱର: ଅନେକଙ୍କୁ ଖାସି ମାଂସ କଷା ଓ ଝୋଳ ଖାଇବାକୁ ପସନ୍ଦ ଲାଗିଥାଏ | କିନ୍ତୁ କେବେ ଆପଣ ମୁଗ ଖାସି ମାଂସ ପ୍ରସ୍ତୁତ କରି ଖାଇଚନ୍ତି | ଜାଣି ରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ…
ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ଗୋଟା ମୁଗ, କଟା ପିଆଜ, କଟା ଟମାଟୋ, ଅଦା ରସୁଣ ବଟା, ଲଙ୍କ। ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା, ତେଜପତ୍ର, ଡାଲଚିନି, ଗୁଜୁରାତି, ଗୋଲମରିଚ, ରିଫ।ଇନ୍ ତେଲ ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ: ରୋଷେଇ ଆରମ୍ଭର ଯଥେଷ୍ଟ ପୂର୍ବରୁ ପ୍ରଥମେ ଗୋଟା ମୁଗକୁ ଭିଜାଇ ଦିଅନ୍ତୁ । କରେଇରେ ତେଲ ଗରମ କରି ତେଜପତ୍ର, ଡାଲଚିନି, ଗୁଜୁରାତି ଓ ଗୋଲମରିଚ ପକାନ୍ତୁ । ଏବେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଅଳ୍ପ ଭାଜି ହେଇ ଆସିଲେ, ସେଥିରେ ଅଦା ରସୁଣ ବଟା, ଲଙ୍କ। ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଗରମ ମସଲା ପକାଇ କଷନ୍ତୁ । ମସଲା ଅଳ୍ପ କଷି ହୋଇଗଲେ, ଏଥିରେ କଟା ଟମାଟୋ ଓ ସ୍ୱାଦ ଅନୁସାରେ ଲୁଣ ମିଶାନ୍ତୁ । ତା’ପରେ ଖାସି ମାଂସକୁ ପକାଇ ଭଲ ଭାବେ କଷନ୍ତୁ । ମାଂସ କଷି ହୋଇଗଲେ, ସେଥିରେ ଆଗରୁ ଭିଜା ହୋଇ ରହିଥିବା ଗୋଟା ମୁଗକୁ ପକାଇ ଭଲଭାବେ ଗୋଳାନ୍ତୁ । ଏବେ ଏଥିରେ ଆବଶ୍ୟକ ମୁତାବକ ପାଣି ଦେଇ ଘୋଡ଼ଣି ଘୋଡ଼ାଇ ଦିଅନ୍ତୁ । ୨୫ ରୁ ୩୦ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ‘ମୁଗ ଖାସି ମାଂସ’ ।

ମୁଢି ବିରିୟାନୀ ଖାଆନ୍ତୁ, କାଳବୈଶାଖୀର ମଜା ଉଠାନ୍ତୁ