ଏପ୍ରିଲ ୨ରୁ ସବୁ ସରକାରୀ ଓ ବେସରକାରୀ ସ୍କୁଲ ସକାଳୁଆ, ମେ ୬ରୁ ଖରାଛୁଟି

ଭୁବନେଶ୍ୱର: ଏପ୍ରିଲ ୨ରୁ ସବୁ ସ୍କୁଲ ସକାଳୁଆ କରିବାକୁ ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ମିଳିଛି । ଉଭୟ ସରକାରୀ ଏବଂ ବେସରକାରୀ ସ୍କୁଲ ସକାଳୁଆ କରିବାକୁ ନିର୍ଦ୍ଦେଶ ମିଳିଛି । ଏପ୍ରିଲ ୨ ରେ ପ୍ରବେଶ ଉତ୍ସବ ହେବାକୁ ଥିବାବେଳେ , ଏପ୍ରିଲ ୩ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ । ଦିନ ୧୦ଟାରେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ମେ ୬ରୁ ଖରାଛୁଟି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଚଳିତ ବର୍ଷଠାରୁ ସ୍କୁଲରେ ଲାଗୁହେବ ପାସ ଫେଲ ବ୍ୟବସ୍ଥା