ବିଜେପି ଛାଡି ବିଜେଡିରେ ମିଶିଲେ ଦୁର୍ଯ୍ୟୋଧନ ମାଝୀ

ଭୁବନେଶ୍ୱର : ବିଜେପି ବିଧାୟକ ଦୁର୍ଯ୍ୟୋଧନ ମାଝୀ ଦଳ ଛାଡି ବିଜେଡିରେ ଯୋଗଦେଇଛନ୍ତି | ଏହା ତାଙ୍କର ଘର ବାହୁଡା ବୋଲି କୁହାଯାଉଛି | ଆସନ୍ତା ନିର୍ବାଚନରେ ଦଳୀୟ ଟିକେଟ ନ ମିଳିବା ଯୋଗୁ ଦୁର୍ଯ୍ୟୋଧନ ଏହି ପଦକ୍ଷେପ ନେଇଛନ୍ତି | ପୂର୍ବରୁ ସେ ବିଜେଡିରେ ଥିଲେ | ନବୀନ ପଟ୍ଟନାୟକଙ୍କ ସର୍କରରେ ସେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଥିଲେ | ୨୦୧୪ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ନ ଦେବାରୁ ସେ ଦଳ ଛାଡି ବିଜେପିରେ ଯୋଗଦେଇ ଖଡ଼ିଆଳ ବିଧାନସଭାରୁ ପ୍ରାଥୀ ହୋଇ ଜିତିଥିଲେ |
ଏଥର ବିଜେପି ତାଙ୍କୁ ଟିକେଟରୁ ବଂଚିତ କରିବାରୁ ସେ ଦଳ ଛାଡି ପୁଣି ବିଜେଡ଼ିକୁ ଫେରିଛନ୍ତି | ଆଜି ସେ ନବୀନ ନିବାସ ଆସି
ବିଜେଡି ସୁପ୍ରିମୋଙ୍କ ଉପସ୍ତିତିରେ ସାମିଲ ହୋଇଛନ୍ତି | ନବୀନ କହିଛନ୍ତି ଦୁର୍ଯ୍ୟୋଧନଙ୍କ ଦଳକୁ ଫେରିବା ଦ୍ୱାରା ଦଳ ସୁଦୃଢ ହେବ |
ବିଜେପି ଛାଡି ବିଜେଡିରେ ମିଶିଲେ ଦୁର୍ଯ୍ୟୋଧନ ମାଝୀ

ଟିକେଟ ଘୋଷଣା ପରେ ବିଜେପିରେ ବି ବିଦ୍ରୋହ