ବୟାସାଧିକରୁ ବର୍ତ୍ତିବା ପାଇଁ ଆପଣନ୍ତୁ ଏହି ଯୋଗ…

ଭୁବନେଶ୍ୱର: ଆଜିର ଯୁବପିଢି ନିଜ ସ୍ୱାସ୍ଥ୍ୟ ଓ ସୁନ୍ଦର ଚେହେରା ପାଇଁ ଖୁବ ସଜାଗ ଥିବାର ଦେଖିବାକୁ ମିଳୁଛନ୍ତି | ତେବେ ସୁସ୍ଥ ଏବଂ ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ । ଆମେ ଏଥିପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର କ୍ରୀମ୍‌ ବା ପାଉଡର୍‌ ବ୍ୟବହାର କରିଥାଉ । ଯାହା ଆମ ପାଇଁ କ୍ଷତିକାରକ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ପ୍ରାକୃତିକ ଉପାୟରେ ମଧ୍ୟ ଆପଣ ଆପଣଙ୍କ ବୟସ ଲୁଚାଇବା ସହ ସୁସ୍ଥ ରହି ପାରିବେ । ଅନ୍ୟମାନେ ଆପଣଙ୍କୁ ଦେଖି ଜାଣି ମଧ୍ୟ ପାରିବେ ନାହିଁ ଯେ, ଆପଣଙ୍କ ବୟସ କେତେ । ତେଣୁ କ’ଣ କଲେ ଆପଣ ସୁନ୍ଦର ଏବଂ କମ୍‌ ବୟସର ଦେଖାଯିବେ ପଢ଼ନ୍ତୁ । ତେବେ ଧ୍ୟାନ ବା ମେଡିଟେସନ୍‌ ବିଷୟରେ ଆପଣ ଜାଣିଥିବେ । ଏହ କରିବା ଦ୍ୱାରା ଆମେ ସୁସ୍ଥ ରହିଥାଉ । କିନ୍ତୁ ଆପଣ ଜାଣିଛନ୍ତି କି, ଆପଣ ଧ୍ୟାନ କରି ମଧ୍ୟ ସୁନ୍ଦର ଏବଂ କମ୍‌ ବୟସର ଦେଖାଯାଇ ପାରିବେ । ତେବେ ଜାଣନ୍ତୁ ଆପଣ ଏହା କରିବା ଦ୍ୱାରା କ’ଣ ଫାଇଦା ହୋଇଥାଏ ।
୧- ସୁନ୍ଦର ଦେଖାଯିବା ନିମନ୍ତେ ତ୍ୱଚା ବହୁତ ସାହାଯ୍ୟ କରେ । ଧ୍ୟାନ କରିବା ଦ୍ୱାରା ଆମ ତ୍ୱଚାର ଚମକ ବହୁ ଗୁଣରେ ବଢିଯାଏ ଏବଂ ଆମେ ୟଙ୍ଗ୍‌ ଦେଖା ଯାଇଥାଉ ।
୨- ଏହା ତ୍ୱଚାକୁ ରିଚାର୍ଜ କରେ ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ଏହା ଆମ ମସ୍ତିଷ୍କକୁ ମଧ୍ୟ ଶାନ୍ତ ରହିବା ସହ କାମ କରିବାକୁ ଶକ୍ତି ଦେଇଥାଏ ।
୩- ଯଦି ଆପଣ ଯୋଗ କରୁଛନ୍ତି ତାହାଲେ ଆପଣଙ୍କୁ ଔଷଧର ଆବଶ୍ୟକତା ପଡ଼ିବ ନାହିଁ ।
୪- ଧ୍ୟାନ କରିବା ଦ୍ୱାରା ଆପଣ ନିଜ ରାଗ, କ୍ରୋଧକୁ ନିୟନ୍ତ୍ରଣ କରିପାରିବେ ।
୫– ତେଣୁ ଯେକୌଣସି କାମ କଲେ ମଧ୍ୟ ସଫଳତା ହାର ଅଧିକ ।
୬- ଏହା ପୂରା ଦିନ କାମ କରିବା ପାଇଁ ଶକ୍ତି ଯୋଗାଏ ।

ଥଣ୍ଡାଇ ପିଅନ୍ତୁ ହୋଲିର ମଜା ଉଠାନ୍ତୁ