ସମ୍ପର୍କରେ ଲାଗିଲା ନିଆଁ, ସାନ ଭାଇକୁ ହାଣିଲା ବଡ ଭାଇ

ପାରାଦୀପ: ପୁଣି ସମ୍ପର୍କରେ ଲାଗିଲା ନିଆଁ | ସାନ ଭାଇକୁ ହାଣି ବଡ଼ ଭାଇ ଫେରାର ହୋଇଯାଇଥିବା ସୂଚନା ମିଳିଛି | ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ପାରାଦୀପର ନୂଆବଜାରରେ । ମୃତ ଯୁବକଙ୍କ ହେଉଛନ୍ତି ୩୨ ବର୍ଷୀୟ ସୁଦୀପ୍ତ ସ୍ୱାଇଁ । ତେବେ କୌଶଲକ୍ରମେ ପୁଲିସ ବଡ ଭାଇକୁ ହେପାଡତରେ ନେଇଯାଇଛି | ପୁଲିସ୍ ଅଭିଯୁକ୍ତ ବଡ଼ ଭାଇ, ଭାଉଜ ଓ ବାପାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ସେପଟେ ପୁଲିସ୍ ପ୍ରକୃତ କାରଣ ଲାଗି ଛାନ୍‌ଭିନ୍ ଚଳାଇ ଥିବାର ସୂଚନା ମିଳିଛି ।

ପୋଷ୍ଟମ୍ୟାନଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ