ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ ମାଲିଙ୍ଗା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ

ନୂଆଦିଲ୍ଲୀ: ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ ମାଲିଙ୍ଗା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଯାଉଛନ୍ତି । ଆଗାମୀ ଟି୨୦ ବିଶ୍ୱକପ ପରେ ସେ ଅବସର ନେବେ ବୋଲି ସୂଚନା ମିଳିଛି ।
୩୫ ବର୍ଷିୟ ମାଲିଙ୍ଗା କହିଛନ୍ତି ଇଂଲଣ୍ଡରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ପରେ ସେ ଦିନିକିଆରୁ ଅବସର ନେବେ ଏବଂ ଆଗାମୀ ବର୍ଷ ଅଷ୍ଟେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସମ୍ପୂର୍ଣ୍ଣ ବିଦାୟ ଜଣାଇବେ । ସେ ଆହୁରି କହିଛନ୍ତି ଯେ, ଆଗାମୀ ବିଶ୍ୱକପ ପରେ ମୋର କ୍ରିକେଟ କ୍ୟାରିଅର ସରି ସରି ଯିବ । ମୋର ଇଚ୍ଛା ଅଛି ଆଉ ଗୋଟିଏ ବିଶ୍ୱକପ ଖେଳିବା ପାଇଁ ବୋଲି ସେ କହିଛନ୍ତି ।

କାହିକି ମ୍ୟାଚ୍ ଖେଳିବାକୁ ମନାକଲେ ସାଇନା ନେହୱାଲ