ମିଷ୍ଟର ପରଫେକ୍ଟ ଓ ବେବୋଙ୍କ ଭିଡିଓ ହେଲା ଭାଇରାଲ

ମୁମ୍ବାଇ: ପୁଣି ଚର୍ଚ୍ଚାକୁ ଆସିଲେ ବଲିଉଡର ମିଷ୍ଟର ପରଫେକ୍ଟ ଅମୀର ଖାନ୍ ଓ ବେବା ଅର୍ଥାତ୍ କରୀନା କପୁର | ଉଭଯ କରୀନା ଓ ଅମୀରଙ୍କ ୨୦୦୯ରେ ରିଲିଜ୍‌ ହୋଇଥିବା ଫିଲ୍ମ “ଥ୍ରୀ ଇଡିୟଟସ୍‌ରେ ଅଭିନୟ କରିଥିଲେ । ଉଭୟଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ । ଏବେ ସୋଶାଲ୍‌ ମିଡିଆରେ ଉଭୟଙ୍କର ଏକ ପୁରୁଣା ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ଫିଲ୍କ ‘ଥ୍ରୀ ଇଡିୟଟସ୍‌ ’ ପ୍ରମୋସନ୍‌ କଲାବେଳେ ସେମାନେ ଜଣେ କୃଷକଙ୍କ ଘରେ ବସି ଖାଉଛନ୍ତି । ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେଉଥିବା ଭିଡିଓରେ ଆମିର୍‌ ଏବଂ କରିନା ତଳେ ବସି ମଧ୍ୟାହ୍ନ ଭୋଜନ କରୁଛନ୍ତି । ଆଉ ସେଠାରେ କୃଷକଙ୍କ ପରିବାର ଲୋକେ ଉପସ୍ଥିତ ଅଛନ୍ତି । ଖାଇବାରେ ରହିଛି ପୁରୀ ଆଉ ତରକାରୀ । ସେହି ଖାଦ୍ୟ ବହୁତ ପସନ୍ଦ ଆସିଥିବା କହିଛନ୍ତି ଆମିର୍‌ । ଭିଡିଓରେ ଆମିର୍‌ କହୁଛନ୍ତି ଯେ, ବହୁତ ଦୂରରୁ ଆମେ ଆସିଛୁ । ଅନେକ ବାଟରୁ ଆସଥିବାରୁ ଆମକୁ ବହୁତ ଭୋକ ମଧ୍ୟ ଲାଗୁଥିଲା । ଏହା ପରେ ଆମିର୍‌ ଏବଂ କରିନା ଖାଇବାର ତାରିଫ୍‌ ମଧ୍ୟ କରୁଛନ୍ତି । ଏବେ ଏହି ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେବାକୁ ଲାଗିଛି । ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, କିଛିଦିନ ପୂର୍ବରୁ ଆମିର୍‌ ଖାନ୍‌ ୫୩ତମ ଜନ୍ମ ଦିନ ସେଲିବ୍ରେଟ୍‌ କରିଛନ୍ତି । ସେ ତାଙ୍କର ଆଗାମୀ ପ୍ରୋଜେକ୍ଟ୍‌ ବିଷୟରେ ଘୋଷଣା କରିଥିଲେ । ତାଙ୍କର ଆଗକୁ ଆସୁଥିବା ଫିଲ୍ମର ନାଁ ହେଉଛି “ଲାଲ୍‌ ସିଂ ଚଡ୍ଡା” । ଏହି ଫିଲ୍ମର ସୁଟିଂ ଅକ୍ଟୋବରରେ ଆରମ୍ଭ ହେବ । ଅନ୍ୟପଟେ କରିନା କପୁର୍‌ ଖାନ୍‌ ମଧ୍ୟ ତାଙ୍କ ଫିଲ୍ମ “ଗୁଡ୍‌ନ୍ୟୁଜ୍‌”ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ଅଭିନେତା ଅକ୍ଷୟ କୁମାର୍‌ ଲିଡ୍‌ ରୋଲ୍‌ରେ ଥିବା ଜଣା ପଡିଛି ।

କରୀନାଙ୍କୁ ଆଣ୍ଟି କହି ଫସିଲେ ଯୁବକ