୬ଦିନ ପରେ ଆଇପିଏଲ ଆରମ୍ଭ

ନୂଆଦିଲ୍ଲୀ: କ୍ରିକେଟପ୍ରେମୀଙ୍କୁ ଆଉ ମାତ୍ର ଛଅ ଦିନ ଅପେକ୍ଷା କରିବାକୁ ପଡିବ | ଆଇପିଏଲକୁ ଆଉ ମାତ୍ର ୬ ଦିନ ବାକି ରହିଲା । ଆସନ୍ତା ୨୩ ତାରିଖରୁ ଆଇପିଏଲ୍ ଲଢ଼େଇ ଆରମ୍ଭ ହେବ । ଏଥିପାଇଁ ସବୁ ଦଳର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାର ସୂଚନା ମିଳିଛି । ପ୍ରତି ବର୍ଷ ପରି ଆଇପିଏଲର ୧୨ତମ ସଂସ୍କରଣରେ ମଧ୍ୟ ଏକାଧିକ ରେକର୍ଡ ଦେଖିବାକୁ ମିଳିବ । କିନ୍ତୁ ବିଶ୍ୱରେ ଏମିତି ବ୍ୟାଟସମ୍ୟାନଙ୍କ ଅଭାବ ନାହିଁ, ଯିଏ ନିଜର ଅସାଧାରଣ ଖେଳ ଦ୍ୱାରା ଏହି ଉପଲବ୍ଧି ହାସଲ କରିସାରିଛନ୍ତି । ଚଳିତ ବର୍ଷ ଆଇପିଏଲରେ ମଧ୍ୟ ଏମିତି କିଛି ଖେଳାଳିଙ୍କ ଉପରେ ନଜର ରହିବ, ଯିଏ ଶତକ ମାରିବାର ଦକ୍ଷତା ରଖିଛନ୍ତି ।

ବିସିସିଆଇ ପ୍ରତିନିଧି ପିଏସ୍ଏଲ୍ ଫାଇନାଲରେ ଯୋଗ ଦେବେନାହିଁ