ଇଟାର ଜବାବ ପଥରରେ ଦେଉଛି ଭାରତ ସେନା, ୨ ପାକିସ୍ତାନ ଅଫିସରଙ୍କ ସମେତ ୧୨ ସେନାଙ୍କୁ କଲା ନିହତ

ଜାମ୍ମୁ: ଟୁପ ବସିଲା ନାହିଁ ଭାରତ ସେନା | ଟେକାର ଜବାବ ପଥରରେ ଦେଲା ଭାରତ ସେନା | ତେବେ କିଛି ଦିନ ହେବ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ପଟୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ହେଉଥିବାରୁ ଭାରତୀୟ ସେନା ତାହାର ଏକ କଠୋର ଜବାବ ଦେଇଛି । ଗତ ମାସରେ ବାଲାକୋଟରେ ଭାରତୀୟ ବାୟୁସେନା ପକ୍ଷରୁ ଆକ୍ରମଣ ପରେ ପାକିସ୍ତାନ ପ୍ରାୟ ପ୍ରତିଦିନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି । ଏହା ଦ୍ବାରା କେବଳ ଭାରତୀୟ ସେନା ନୁହେଁ, ସାଧାରଣ ଲୋକମାନେ ମଧ୍ୟ ମୃତାହତ ହେଉଛନ୍ତି ଓ ବିପୁଳ ଧନଜୀବନ ହାନୀ ହେଉଛି । କିନ୍ତୁ ଭାରତୀୟ ସେନା ମଧ୍ୟ ପାକିସ୍ତାନର ଏହି ଦୁଃସାହସର ଦୃଢ ଜବାବ ଦେଉଛି । ଗତ ଗୁରୁବାର ଦିନ ଭାରତୀୟ ସେନା ନିୟନ୍ତ୍ରଣ ରେଖା ନିକଟରେ ଏକ ବଡ଼ ଧରଣର ଅପରେସନ ଚଳାଇ ପ୍ରାୟ ୨ ଜଣ ଅଫିସର ସମେତ ୧୨ ଜଣ ପାକିସ୍ତାନ ସେନାଙ୍କୁ ମାରିଦେଇଛି । ଏହି ଘଟଣାରେ ପ୍ରାୟ ୨୨ ଜଣ ପାକିସ୍ତାନି ସୈନିକ ଆହତ ହୋଇଛନ୍ତି । କାଶ୍ମୀରର ସୁନ୍ଦରବନୀ ଇଲାକାରେ ଏହି ଆକ୍ରମଣ ହୋଇଥିଲା । ଗୁରୁବାରଦିନ ପାକିସ୍ତାନ ପଟୁ ଗୁଳିମାଡ ଯୋଗୁଁ ଜଣେ ଭାରତୀୟ ରାଇଫଲମ୍ୟାନ ସହିଦ ହୋଇଥିଲେ । ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ଉପରୋକ୍ତ ଅପରେସନ କରିଥିଲା । ତେବେ ଏହି ଘଟଣାକୁ ସେନା ପକ୍ଷରୁ ଯଥାସମ୍ଭବ ଗୁପ୍ତ ରଖାଯାଇଛି । ଗତ କାଲି ପାକିସ୍ତାନର ଏକ ଏମଆଇ-୧୭ ହେଲିକାପ୍ଟର ଭାରତ ସୀମା ଭିତରକୁ ଆସି ପାକିସ୍ତାନୀ ସୈନିକଙ୍କ ମୃତଦେହକୁ ନେଇଯାଇଥିଲେ । ଭାରତୀୟ ସେନା ପକ୍ଷରୁ ପାକ ସେନାକୁ ଏହି ମୃତଦେହ ଗୁଡ଼ିକ ହସ୍ତାନ୍ତର କରାଯାଇଥିଲା । ତେବେ ଏପରି ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନଙ୍କୁ ସମସ୍ତେ ନିନ୍ଦା କରୁଥିବା ବେଳେ କିନ୍ତୁ ପାକିସ୍ତାନ ଲଜ୍ଜ୍ୟହୀନ ହୋଇ ଏପରି କାଣ୍ଡ କରୁଥିବାର ଦେଖିବାକୁ ମିଳୁଛି | ତେବେ ପାକିସ୍ତାନକୁ କିପରି ଜବାବ ଦିଆଯାଇପାରିବ ତାହା ମଧ୍ୟ ଭାରତ ସେନାକୁ ଖୁବ ଭଲ ଭାବରେ ଜଣା ବୋଲି ଏହି ଆକ୍ରମଣରୁ ସ୍ପଷ୍ଟ ହେଉଛି |

ଆତଙ୍କବାଦୀ ଗୁଳିରେ ଜଣେ ଯବାନ ସହିଦ, ଦୁଇ ଗୁରୁତର