ଭାରତୀୟ ବାୟୁସେନାରେ ସାମିଲ ହେଲା ସିଏଚ-୪୭ ହେଲିକପ୍ଟର

ନୂଆଦିଲ୍ଲୀ: ପ୍ରାୟ ୧୧ ହଜାର କେଜି ଅସ୍ତ୍ରଶସ୍ତ୍ର ଏବଂ ସୈନିକ ନେବାର ସକ୍ଷମ ରଖିଥିବା ଆମେରିକାର ଅତ୍ୟାଧୁନିକ ଚିନୁକ ସିଏଚ-୪୭ ହେଲିକପ୍ଟରକୁ ସୋମବାର ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି । ଏହା ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବ୍ୟବହାର କରାଯିବ । ୧୫ଟି ଅତ୍ୟାଧୁନିକ ଚିନୁକ ସିଏଚ-୪୭ ହେଲିକପ୍ଟର କିଣାଯାଇଥିବା ବେଳେ ୪ଟି ହେଲିକପ୍ଟର ଆଜି ଭାରତରେ ପହଞ୍ଚିଛି । ଏହି ହେଲିକପ୍ଟର ଛୋଟ ହେଲିପ୍ୟାଡ ଓ ଘାଟିରେ ମଧ୍ୟ ଅବତରଣ କରିପାରିବ । ବିଶ୍ୱର ୧୯ଟି ଦେଶରେ ଏହି ହେଲିକପ୍ଟରକୁ ବ୍ୟବହାର କରାଯାଇଛି ।
ଚିନୁକ ସିଏଚ-୪୭ ହେଲିକପ୍ଟରରେ କମନ ଏଭିଏସନ ଆର୍କିଟେକ୍ଟର କକପିଯ ଏବଂ ଏଡଭାନ୍ସ କକପିଟ ଭଳି ବିଶେଷ ସୁବିଧା ରହିଛି । ଏହି ହେଲିକପ୍ଟରରେ ଗୋଟିଏ ଗୋଳା ବାରୁଦ, ଅସ୍ତ୍ରଶସ୍ତ୍ର ଏବଂ ସୈନ୍ୟମାନେ ମଧ୍ୟ ଯାତାୟାତ କରି ପାରିବେ । ଏହାକୁ ରାହର ସାହାର୍ଯ୍ୟରେ ମଧ୍ୟ ଦରିବା କଷ୍ଟସାଧ୍ୟ
ଏହି ହେଲିକପ୍ଟର ଓଜନିଆ ମେସିନ ଓ ଟ୍ୟାଙ୍କରକୁ ମଧ୍ୟ ଉଠାଇ ନେବାର ସକ୍ଷମ ହୋଇଥିବା ବେଳେ ୨୦୦୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡିବାର କ୍ଷମତା ରହିଛି । ଏହା ୧୦ଟନ ପର୍ଯ୍ୟନ୍ତ ଓଜନ ଉଠାଇ ପାରିବ । ଏହାର ଉଚ୍ଚତା ୧୮ ଫୁଟ ଏବଂ ଲମ୍ବ ୧୬ ଫୁଟ । ଚିନୁକ ସିଲଏଚ-୪୭ ହେଲିକପ୍ଯରକୁ ଦୁଇ ଜଣ ପାଇଲଟ ଉଡାଇ ପାରିବେ ।
ଚିନୁକ ସିଏଚ-୪୭ ହେଲିକପ୍ଟର ଆମେରିକା ବାୟୁସେନା ୧୯୬୨ ମସିହାରେ ବ୍ୟବହାର କରିଥିଲେ । ଏପର୍ଯ୍ୟନ୍ତ କମ୍ପାନୀ ମୋଟ ୧୧୭୯ଟି ଚିନୁକ ହେଲିକପ୍ଟର ନିର୍ମାଣ କରିଛି । ଖରାପ ପାକଗରେ ମଧ୍ୟ ଏହି ହେଲିକପ୍ଟର ଘଣ୍ଟା ପ୍ରତି ୩୧୫ କିମି ବେଗରେ ଉଡିପାରିବ ।

ପିଓକେ ଅପରେସନ : ବହୁତ ଆତଙ୍କବାଦୀ ପ୍ରାଣ ହରାଇଥିବା ଆଶଙ୍କା