ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ କ୍ରୀଡା ପ୍ରତିଯୋଗିତା: ୩୫୦ରୁ ଅଧିକ ପଦକ ଜିତିଲା ଭାରତ

ଆବୁଧାବୀ: ସଂଯୁକ୍ତ ଆରବ ଏମିଟସର ଆବୁଧାବୀରେ ଚାଲିଥିବା ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ କ୍ରିଡା ପ୍ରତିଯୋଗିତା ୨୦୧୯ରେ ଭାରତ ମୋଟ ୩୫୦ରୁ ଉଦ୍ଧ୍ୱର୍ ପଦକ ଜିତି ନୂଆ ଇତିହାସ ସୃଷ୍ଟି କରିଛି ।
ଭାରତ ବୁଧବାର ସୁଦ୍ଧା ମୋଟ ୮୫ଟି ସ୍ୱର୍ଣ୍ଣ, ୧୫୩ଟି ରୌପ୍ୟ ଏବଂ ୧୨୪ଟି ବ୍ରୋଞ୍ଜ ପଦକ ସହ ମୋଟ ୩୬୨ଟି ପଦକ ଜିତିଛି । ଗୁରୁବାର ଉଦଯାପନୀ ସମାରୋହରେ ଜୟେଦ ସ୍ପୋର୍ଟସ ସିଟିରେ ସନ୍ଧ୍ୟାରେ ବିଶ୍ୱର ସର୍ବବୃହତ କଳାକାରମାନଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯିବ ।

ବଦଲା ନେଲା ଟିମ ଇଣ୍ଡିଆ, କମାଲ କଲେ କୋହଲୀ ଓ ଧୋନୀ