ଥଣ୍ଡାଇ ପିଅନ୍ତୁ ହୋଲିର ମଜା ଉଠାନ୍ତୁ

ଭୁବନେଶ୍ୱର: ଆଉ କିଛି ଦିନ ପରେ ହୋଲି ଥିବାରୁ ଲୋକଙ୍କ ମନରେ ଉତ୍ସାହ ଭରି ରହିଥିବାର ଦେଖିବାକୁ ମିଳୁଛି | ତେବେ ଏହି ଦିନ ଅନେକ ନିଜ ଘରେ ବିଭିନ୍ନ ସୁସ୍ବାଦୁ ଖାଦଯ୍ୟ ପ୍ରସ୍ତୁତ କରିଥିବା ବେଳେ ଅନେକ ବିଭିନ୍ନ ପ୍ରକାରର ସର୍ବତ ପ୍ରସ୍ତୁତ କରିଥାନ୍ତି | ତେବେ ଆଜି ଆପଣଙ୍କୁ ଏଭଳି ଏକ ପାନୀୟ ବିଷ୍ୟରେ ଜଣାଇବୁ ‘ଥଣ୍ଡାଇ’ । ଏହା ପାଟିକୁ ସୁଆଦିଆ ହୋଇଥିବା ବେଳେ ପେଟକୁ ମଧ୍ୟ ଥଣ୍ଡା ରଖିଥାଏ । ତେଣୁ ହୋଲିରେ ନିହାତି ଭାବେ ଏହାକୁ ଘରେ ପ୍ରସ୍ତୁତ କରନ୍ତୁ ।
ପ୍ରସ୍ତୁତ ପ୍ରଣାଳୀ- କ୍ଷୀର, ଗୋଲମରିଚ, ପୋସ୍ତ, ପାନମଧୁରୀ, ତରଭୁଜ ମଞ୍ଜି, ପିସ୍ତା ବାଦାମ, ଚିନି, ପାଣି, ଗୋଲାପ ଜଳ, କେଶର୍‌, ଏବଂ ଗୁଜୁରାତି ଗୁଣ୍ଡ।ପ୍ରଥମେ ଗୋଲମରିଚ, ପୋସ୍ତ, ପାନମଧୁରୀ, ତରଭୁଜ ମଞ୍ଜି, ପିସ୍ତାବାଦାମ ଆଦି ସାମଗ୍ରୀକୁ ୨ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଇ ରଖିଦିଅନ୍ତୁ । ତା ପରେ ଭିଜା ହୋଇଥିବା ସବୁ ସାମଗ୍ରୀକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ ।
ଗ୍ରାଇଣ୍ଡିଂ କରିଥିବା ପେଷ୍ଟକୁ ଏକ ପାତ୍ରରେ କାଢ଼ି ରଖନ୍ତୁ । ଏହା ପରେ ଅନ୍ୟ ଏକ ପାତ୍ରକୁ ଗ୍ୟାସ୍‌ରେ ବସାଇ ସେଥିରେ କ୍ଷୀରରେ ଚିନି ପକାଇ ଫୁଟାନ୍ତୁ ଏବଂ କ୍ଷୀରକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ । ଏହାକୁ ଆପଣ ଗାଢ଼ା ହେବା ଯାଏ ଫୁଟାନ୍ତୁ । ଏହା ପରେ କ୍ଷୀରରେ ପୂର୍ବରୁ ପେଷ୍ଟ ହୋଇଥିବା ଜିନିଷକୁ ପକାନ୍ତୁ ।