ଆବଶ୍ୟକତା ଠାରୁ ଅଧିକା ପାଣି ପିଉଛନ୍ତି କି, ଜାଣି ନିଅନ୍ତୁ କେତେ କ୍ଷତିକାରକ ହୋଇପାରେ ….

ଭୁବନେଶ୍ୱର: ଶରୀରକୁ ଯେତିକି ଖାଦ୍ୟ ଜରୁରୀ ସେତିକି ପାଣି ମଧ୍ୟ ଜରୁରୀ ହୋଇଥାଏ | ତେବେ ଆମ ଶରୀର ସୁସ୍ଥ ରହିବା ପାଇଁ ପାଣିର ବହୁତ ଆବଶ୍ୟକତା ରହିଥାଏ । ଡାକ୍ତର ମଧ୍ୟ ଆମକୁ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି । ଆପଣ ମଧ୍ୟ ପାଣି ପିଇବାର ଫାଇଦା ବିଷୟରେ ଜାଣିଥିବେ । କିନ୍ତୁ ଆପଣ ଜାଣିଛନ୍ତି କି, ଅଧିକା ପାଣି ପିଇବା ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ତେବେ ଆପଣ ଯଦି ସୁସ୍ଥ ରହିବାକୁ ଅଧିକା ପାଣି ପିଉଛନ୍ତି, ତାହାଲେ ସତର୍କ ହୋଇଯାଆନ୍ତୁ । ଏହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।
୧- ପାଣି ଆମ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ । କିନ୍ତୁ ଅଧିକ ପାଣି ପିଇବା ଦ୍ୱାରା ଆମ ଶରୀରରେ ରକ୍ତରେ ଥିବା ଲୁଣ ଅଂଶ କମି ଯାଇଥାଏ । ଏହି ସ୍ଥିତିକୁ ହାଇପୋଟରମିଆ କୁହାଯାଏ ।
୨- ଅନେକ ସମୟରେ ଲୋକମାନେ ଡିହାଇଡ୍ରେଟ୍‌ର ଶିକାର ହେଲେ ଆବଶ୍ୟକତାଠାରୁ ଅଧିକ ପାଣି ପିଇ ଦେଇଥାନ୍ତି । ଆଉ ଏଥିପାଇଁ ମୁଣ୍ଡ ବିନ୍ଧା, ବାନ୍ତି, ଅନେକଥର ପରିଶ୍ରା ଯିବା ଭଳି ସମସ୍ୟା ଦେଖାଦେଇଥାଏ ।
୩- ଯେତେବେଳେ କୌଣସି ବ୍ୟକ୍ତି କମ୍‌ ସମୟ ବ୍ୟବଧାନରେ ଅଧିକ ପାଣି ପିଇ ଦେଇଥାନ୍ତି, ସେତେବେଳେ କିଡ୍‌ନି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ । କିଡ୍‌ନି ସହଜରେ ପାଣିକୁ ବାହାରକୁ ବାହାର କରିପାରିନ ଥାଏ । ଆଉ ଯେତେବଳେ ଆପଣଙ୍କ କିଡ୍‌ନି ଠିକ୍‌ରେ କାମ କରେ ନାହିଁ ସେତେବେଳେ ଶରୀରର କୋଷଗୁଡ଼ିକରେ ମଧ୍ୟ ପାଣି ଜମା ହୋଇଯାଇଥାଏ । ଏଥିଯୋଗୁ ଆପଣଙ୍କ ଶରୀର ଫୁଲିବାକୁ ଲାଗିଥାଏ ।
୪- ପାଣି ଅଧିକ ପିଇଲେ କିଛି କୋଷରେ ଅଧିକ ପାଣି ଜମା ହେବାର ଆଶଙ୍କ ଥାଏ । କିନ୍ତୁ ମସ୍ତିସ୍କରେ ଥିବା କୋଷରେ ପାଣି ଜମା ହୋଇପାରେ ନାହିଁ । ଆଉ ଯେତେବେଳେ ପାଣି ଜମା ନ ହୋଇ ଚାରିଆଡ଼େ ବ୍ୟାପିଥାଏ, ତାହା ଆମ ଶରୀର ପାଇଁ କ୍ଷତିକାରକ ସା‍‍ବ୍ୟସ୍ତ ହୋଇପାରେ ।
୫- ଅଧିକ ପାଣି ପିଇବା ଯୋଗୁ ଆପଣ ରାତିରେ ବାରମ୍ବାର ପରିଶ୍ରା ଯାଇଥାନ୍ତି । ଆଉ ଏଥିପାଇଁ ଆପଣଙ୍କ ନିଦ ମଧ୍ୟ ପୁରା ହୋଇପାରେ ନାହିଁ । ଫଳରେ କିଡ୍‌ନି ମଧ୍ୟ ଠିକ୍‌ରେ କାମ କରିପାରେ ନାହିଁ । କାରଣ ତା ଉପରେ ପାଣି ବାହାର କରିବାର ବୋଝ ବଢ଼ିଯାଇଥାଏ ।
୬- ଖାଇବା ପରେ କେବେ ବି ସାଙ୍ଗେସାଙ୍ଗେ ପାଣି ପିଅନ୍ତୁ ନାହିଁ । କାରଣ ଖାଇଥିବା ଖାଦ୍ୟ ହଜମ କରିବା ପାଇଁ ଶରୀରକୁ ଗରମର ଆବଶ୍ୟକତା ହୋଇଥାଏ । କିନ୍ତୁ ପାଣି ପିଇବା ଯୋଗୁ ଶରୀରର ଗରମ କମ୍‌ ହୋଇଯାଏ ଏବଂ ଖାଇବା ସହଜରେ ହଜମ ହୋଇପାରେ ନାହିଁ ।

ଖାଦ୍ୟ ସ୍ୱାଦିଷ୍ଟ କରିବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ…