କଂଗ୍ରେସରୁ ଇସ୍ତଫା ଦେଲେ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ

ବାଲେଶ୍ୱର: ନିର୍ବାଚନ ପାଖେଇ ଆସୁଥିବା ବେଳେ ଧଲରେ ଗୋଟେ ପରେ ଗୋଟ ପରିବର୍ତ୍ତନ ହେଉଥିବାର ଦେଖିବାକୁ ମିଳୁଛନ୍ତି | ତେବେ ଏହି ପ୍ରଣାଳୀରେ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚାନ୍ଦ ଆଜି କଂଗ୍ରେସରୁ ଇସ୍ତଫା ଦେଇଥିବାର ସୂଚନା ମିଳିଛି । ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି ।
ସେ କହିଛନ୍ତି, ଦଳରେ ଆଉ ମୋତେ ଉପଯୁକ୍ତ ଗୁରୁତ୍ୱ ଦିଆଯାଉ ନଥିଲା । ତେଣୁ ମୁଁ ଦଳ ଛାଡ଼ିଲି । ଦେବୀପ୍ରସନ୍ନ କହିଛନ୍ତି ଯେ, ସେ ୧୯୯୨ରୁ କଂଗ୍ରେସର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରି ଆସିଛନ୍ତି । ମାତ୍ର ବର୍ତ୍ତମାନ କଂଗ୍ରେସ ଆଉ ଲୋକଙ୍କ ଦଳ ହୋଇ ରହିନାହିଁ । ଏବେ ଏହାର ବ୍ୟବସାୟୀକରଣ ହୋଇଗଲାଣି । ଦଳର କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଠିକ୍‌ ଢଙ୍ଗରେ ହେଉ ନାହିଁ । ସର୍ଭେ ନାଁରେ ଦଳକୁ ନଷ୍ଟ କରାଯାଉଛି । ୨୦୦୯ରୁ ୨୦୧୪ ଯାଏ ଦେବୀପ୍ରସନ୍ନ ଜଳେଶ୍ୱରରୁ ବିଧାୟକ ହୋଇଥିଲେ । ସେ କଂଗ୍ରେସ ଟିକେଟ୍‌ରେ ଏହି ନିର୍ବାଚନ ଜିତିଥିଲେ । ୨୦୧୪ରେ ବି ସେ ଏହି ଆସନରୁ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ । ତେବେ ସେ ବିଜେଡି ପ୍ରାର୍ଥୀ ଅଶ୍ୱିନି କୁମାର ପାତ୍ରଙ୍କଠାରୁ ହାରି ଯାଇଥିଲେ ।

କଂଗ୍ରେସରେ ମିଶିବାକୁ ନିରଞ୍ଜନଙ୍କୁ ଭେଟିଲେ ପ୍ରତ୍ୟୁଷା