ବିଜେପି ଆରମ୍ଭ କଲା ‘ମୈଁ ଭି ଚୌକିଦାର ଅଭିଯାନ’, ୨୫ଲକ୍ଷ ଚୌକିଦାରଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ(ଓଏନଏ) : ୨୦୧୯ ଲୋକସଭା ନିର୍ବାଚନ ଆଉ ମାସେରୁ କମ ଥିବା ବେଳେ ଭାରତୀୟ ଜନତା ପାର୍ଟି ନିଜର ‘ମୈଁ ଭି ଚୌକିଦାର’ ଅଭିଯାନକୁ ତୀବ୍ରତର କରୁଛି । ବୁଧବାର ଦିନ ଅଡିଓ ବ୍ରିଜ ଟେକ୍ନୋଲଜି ଜରିଆରେ ସମଗ୍ର ଦେଶର ୨୫ଲକ୍ଷ ଚୌକିଦାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଭିଭାଷଣ ପ୍ରଦାନ କରିବେ ।
ତାଙ୍କ ଟ୍ୱିଟ ହ୍ୟାଣ୍ଡେଲର ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ‘ଚୌକିଦାର’ ଯୋଗ କରିବା ପରେ ଶନିବାର ଦିନ ପାର୍ଟି ‘ମେଁ÷ ଭି ଚୌକିଦାର’ ଅଭିଯାନ ଆରମ୍ଭ କରିଥିଲା । ଦଳର ଅଧ୍ୟକ୍ଷ ଅମିତ ଶାହା ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କ ସମେତ ଦଳର କେତେକ ନେତା ଏହାକୁ ଅନୁସରଣ କରି ମାଇକ୍ରୋବ୍ଲଗ ସାଇଟରେ ସେମାନଙ୍କ ନାମ ସହ ‘ଚୌକିଦାର’ କଲର ଟ୍ୟୁନ ଲଞ୍ଚ କରିଛି । ଏହି ଟ୍ୟୁନକୁ ବିଭିନ୍ନ ସେଲୁଲାର ନେଟୱାର୍କର ଗ୍ରାହକମାନେ ଆକସେସ ଓ ଡାଉନ୍ଲୋଡ୍ କରି ପାରିବେ ।
ମଙ୍ଗଳବାର ଦିନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଦାବି କରିଛନ୍ତି ଯେ, ‘ମୈଁ ଭି ଚୌକିଦାର’ ୨୦ ଲକ୍ଷ ଥର ହୋସ୍ଟିଙ୍ଗ୍ ହୋଇ ଏହି ଅଭିଯାନ ଗଣ ଆନ୍ଦୋଳନ ପାଲଟି ଗଲାଣି । ଏହାର ଇମ୍ପ୍ରେସନ୍ ହେଉଛି ୧୬୮୦ କୋଟି ।
ମାର୍ଚ୍ଚ ୩୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥଷର ୫୦୦ଟି ସ୍ଥାନରେ ନିରାପତ୍ତା କର୍ମଚାରୀମାନଙ୍କୁ ଭିଡିଓ କନ୍ଫରେନ୍ସ୍ ଯୋଗେ ସମ୍ଭାଷଣ ଦେବେ ।

ନିର୍ବାଚନ ପୂର୍ବରୁ ବଲିଉଡ ଷ୍ଟାରଙ୍କୁ ଟ୍ୱିଟ କରି ଏଭଳି ଅନୁରୋଧ କଲେ ମୋଦୀ: କହିଲେ ଆମ ସମୟ ଆସି ଯାଇଛି, ପଢନ୍ତୁ ଅଧିକ ଏହି ଖବରରେ…