ଦାମଙ୍କ ପତ୍ନୀଙ୍କ ପରଲୋକ, ଶେଷ ଦର୍ଶନ ପାଇଁ ଗଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଜେପିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପତ୍ନୀଙ୍କ ପରଲୋକ ହୋଇଯାଇଛି । ଡା.ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ର ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ସୂଚନାନୁଯାୟୀ, ସ୍ନେହଲତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସେ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ତାଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ ଏହି ସୂଚନା ଦେଇଛନ୍ତି ।
ତେବେ ତାଙ୍କର ଏହିପରି ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ କେ.ଭି ସିଂହଦେଓ ପ୍ରମୁଖ ଦାମଙ୍କ ବାସଭବନକୁ ଯାଇ ତାଙ୍କ ପତ୍ନୀଙ୍କ ଶେଷ ଦର୍ଶନ କରିଥିଲେ ଓ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିବାର ଦେଖିବାକୁ ମିଳୁଛି ।

ଭୟରେ ନବୀନ ପଶ୍ଚିମ ମୁହାଁ: ଦାମ