ନୂଆ ରୂପରେ ବିଗ ବି

ମୁମ୍ବାଇ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି । ଧଳା ରଙ୍ଗର ଲମ୍ବା ଦାଢି ଓ କେଶ, ଏଥିସହିତ ମଥାରେ ଲମ୍ବା ତିଳକ । ବିଗ ବିଙ୍କ ଏହି ରୂପ ତାଙ୍କ ଆଗାମୀ ତେଲୁଗୁ ଐତିହାସିକ ଚଳଚ୍ଚିତ୍ର ‘ସାୟାରା ନରସିହ୍ମା ରେଡ୍ଡୀ’ର । ଅଭିନେତା କିଚ୍ଚା ସୁଦୀପ ଚଳଚ୍ଚିତ୍ର ସେଟରେ ଅମିତାଭଙ୍କ ସହ ଉଠାଇଥିବା ଏକ ଫଟୋ ସାମାଜିକ ଗଣମାଧ୍ୟବମରେ ଶେୟାର କରିଛନ୍ତି । ଏଥିସହିତ ସେ ଲେଖିଛନ୍ତି, ଦୀର୍ଘ ୧୦ ବର୍ଷ ପରେ ପୁଣି ମୋତେ ଏହି ମହାନ ବ୍ୟକ୍ତିତ୍ୱ ତଥା ପ୍ରସିଦ୍ଧ ଅଭିନେତାଙ୍କ ସହ ଅଭିନୟ କରିବାର ସୁଯୋଗ ମିଳିଛି । ଯାହାଙ୍କ ଜୀବନର ଅଧିକାଂଶ ସମୟ ସିନେମା ଓ ଆମ ମନୋରଞ୍ଜନ କରିବାରେ ବିତିଯାଏ । ଏହି ସୁନ୍ଦର ସମୟକୁ ମୋତେ ଉପହାର ଦେଇଥିବାରୁ ସାୟାରା ନରସିହ୍ମା ରେଡ୍ଡି, ରାମ ଚରଣ ଓ ନିର୍ଦ୍ଧେଶକ ସୁରେନ୍ଦ୍ରଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ । ଏଥିସହିତ ବଚ୍ଚନ ସାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି ।
ଚଳଚ୍ଚିତ୍ରରେ ଅମିତାଭ ତାଙ୍କ କ୍ୟାରିୟରର ସବୁଠାରୁ ଭିନ୍ନ ରୂପରେ ନଜର ଆସିବେ । ଚଳଚ୍ଚିତ୍ରରେ ତାଙ୍କର ଭୂମିକା ସଂକ୍ଷିପ୍ତ ହେଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ବିଗ ବିଙ୍କ ଏହି ରୂପକୁ ନେଇ ସାମାଜିକ ଗଣମାଧ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହି ଚଳଚ୍ଚିତ୍ର ତେଲୁଗୁ, ତାମିଲ, କନ୍ନଡ଼ ଓ ମାଲାୟଲମ ଭାଷାରେ ମୁକ୍ତିଲାଭ କରିବ । ସୁରେନ୍ଦ୍ର ରେଡ୍ଡୀ ଏହାର ନିର୍ଦ୍ଧେଶନା ଦେଇଥିବା ବେଳେ ରାମଚରଣ ଚଳଚ୍ଚିତ୍ରର ପ୍ରଯୋଜନା ଭାର ବହନ କରିଛନ୍ତି ।
ସାୟରା ନରସିହ୍ମା ରେଡ୍ଡୀ ର ପୋଷ୍ଟର ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି । ଏଥିରେ ତେଲୁଗୁ ଅଭିନେତା ଚିରଞ୍ଜୀବୀ ମୁଖ୍ୟ ମୂମିକାରେ ଅଭିନୟ କରିଛନ୍ତି ।ଏହାବ୍ୟତୀତ ନୟନତାରା, ତମନ୍ନା ଭାଟିୟା, ବିଜୟ ସେତୁପତି, ଜଗପତି ବାବୁ ଓ କିଚ୍ଚା ସୁଦୀପ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମୂମିକାରେ ଅଭିନୟ କରିଛନ୍ତି ।

ଅମିତାଭ ବଚ୍ଚନ ଦେଲେ ସହିଦଙ୍କ ପରିବାରକୁ ସହାୟତା ରାଶି