ମିଶ୍ରିରେ କଣ ରହିଛି ଉପକାରିତା, ଜାଣନ୍ତୁ ଏହି ଖବରରୁ ….

ଭୁବନେଶ୍ୱର : ମିଶ୍ରି ଠାରୁ ଚିନିକୁ ବେଶୀ ଗୁରୁତ୍ବ ଦିଆଯାଇଥାଏ | ଆପଣ ଜାଣିଥିବେ ମିଶ୍ରିକୁ ହୋଟେଲ ମାନଙ୍କରେ ମାଉଥ ଫ୍ରେଶନର ହିସାବରେ ବ୍ୟବହାର କରାଯାଏ । ଏହା ସହ ଘରେ ପୂଜା, ପାଠ ଏବଂ ପ୍ରସାଦ ରୂପରେ ବ୍ୟବହାର କରାଯାଏ । ତେବେ ଜାଣନ୍ତୁ ମିଶ୍ରି ଖାଇବା ଦ୍ୱାରା କେଉଁ ସବୁ ଲାଭ ମିଳିଥାଏ ।  ଶୀତ ଦିନେ ପ୍ରୟତଃ ଲୋକଙ୍କୁ କାଶ ଏବଂ ଥଣ୍ଡା ଲାଗି ରୁହେ । ଯଦି ଆପଣ ମିଶ୍ରି ସହ ଗୋଲମରିଚ ଗୁଣ୍ଡ ଏବଂ ଘିଅ ଏକ ସହ ମିଶ୍ରଣ କରି ପିଇବେ ତେବେ କିଛି ମାତ୍ରାରେ ଆରାମ ଲାଗିବ । ରାତିରେ ଶୋଇବା ସମୟରେ ଏକ ଚାମଚ ସେବନ କଲେ ଆପଣଙ୍କର କାଶ ଭଲ ହୋଇଯିବ । ଶରୀରରେ ହିମଗ୍ଲୋବିନ ମାତ୍ରା କମି ଯାଇଥିଲେ ନିୟମିତ ଭାବରେ ନିୟନ୍ତ୍ରଣରେ ମିଶ୍ରି ସେବନ କଲେ ଶରୀରରେ ରକ୍ତର ମାତ୍ରା ବୃଦ୍ଧି ହୋଇଥାଏ । ରକ୍ତ ସଂଚାଳନ ପ୍ରକ୍ରିୟା ଠିକ ଭାବରେ ହୋଇଥାଏ । ମିଶ୍ରିରେ ପାଚକ ଗୁଣ ରହିଛି । ଏହା ଦ୍ୱାରା ଆପଣଙ୍କ ପେଟ ଜନିତ ସମସ୍ୟାର ସମାଧାନ ହୋଇଥାଏ । ମୁଖ ସ୍ୱାଦ ପାଇଁ ମିଶ୍ରି ସେବନ କଲେ ଏହା ଦିନ ସାରା ଆପଣଙ୍କର ଏନର୍ଜି ଭରପୁର ରଖିଥାଏ । ନାକରୁ ରକ୍ତତ୍ସାବ ହେବା ସମସ୍ୟାକୁ ମଧ୍ୟ ସମାଧାନ କରିଥାଏ ।

ଆବଶ୍ୟକତା ଠାରୁ ଅଧିକା ପାଣି ପିଉଛନ୍ତି କି, ଜାଣି ନିଅନ୍ତୁ କେତେ କ୍ଷତିକାରକ ହୋଇପାରେ ….