କଞ୍ଚା ପିଆଜ ଖାଇବାର ଲାଭ: ଦୂର ହେବ ଅନେକ ମାରାତ୍ମକ ରୋଗ

ଭୁବନେଶ୍ୱର: ଭୋଜନ ତାଲିକାରେ ପିଆଜ ସାମିଲ କରିବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ନିୟମିତ ସାଲାଡ ଭାବେ ପିଆଜ ଖାଇବା ଦ୍ୱାରା ମଧୁମେୟ, ହୃଦଘାତ ଓ କର୍କଟ ଭଳି ରୋଗରୁ ରକ୍ଷା ମିଳିଥାଏ । ଏହା ବ୍ୟତୀତ କଞ୍ଚା ପିଆଜ ତ୍ୱଚା ପାଇଁ ମଧ୍ୟ ଉତ୍ତମ ଅଟେ । ପିଆଜ ପାଚନ ପ୍ରକ୍ରିୟାକୁ ସଠିକ ରଖିବା ସହ ପେଟ ଜନିତ ସମସ୍ୟାକୁ ଦୂର କରିଥାଏ । ଏହାସହ ଖରାଦିନେ କଞ୍ଚା ପିଆଜ ଖାଇବା ଅତ୍ୟନ୍ତ ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା କଞ୍ଚା ପିଆଜ ଖାଇବାର ଲାଭ ସମ୍ପର୍କରେ….
. କଞ୍ଚା ପିଆଜ ଖାଇବା ଦ୍ୱାରା ହୁଏ ନାହିଁ କର୍କଟ ରୋଗ
ପିଆଜରେ କ୍ୟାନସର ସେଲକୁ ନଷ୍ଟ କରିବାର କ୍ଷମତା ରହିଥାଏ । ପିଆଜ ଶରୀରରେ କ୍ୟାନସର ସେଲକୁ ବଢିବାକୁ ମଧ୍ୟ ଦେଇ ନଥାଏ । ତେଣୁ ଭୋଜନରେ ପିଆଜକୁ ସବୁବେଳେ ସାଲାଡ ଭାବେ ଖାଇବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା କମ ଥାଏ
.ହୃଦଘାତର ଆଶଙ୍କା କମ ଥାଏ
ପିଆଜ ହଅଦୟକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ । ପିଆଜ ରକ୍ତକୁ ପତଳା କରିଥାଏ । ଯାହା ଫଳରେ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ । ଏହା ଦ୍ୱାରା ହୃଦଘାତର ଆଶଙ୍କା କମ ଥାଏ ।
.ମଧୁମେହ ରୋଗରୁ ରକ୍ଷା କରେ
ଭୋଜନ ତାଲିକାରେ ପିଆଜ ସାମିଲ କରିବା ଦ୍ୱାରା ମଧୁମେହ ରୋଗ ହେବାର ସମ୍ଭାବନା କମ ଥାଏ । ପିଆଜରେ ସଲଫର ଯୋଗିକା ଗୁଣ ରହିଥାଏ । ପିଆଜ ରକ୍ତର ଶର୍କରା ସ୍ତରକୁ ମଧ୍ୟ ଠିକ ରଖିଥାଏ । ଏହା ସହ ପାଚନ ପ୍ରକ୍ରିୟା ସଠିକ ରହିଥାଏ ।
.ଆଖି ପାଇଁ ଉତ୍ତମ
ପିଆଜ ଆଖି ପାଇଁ ମଧ୍ୟ ଲାଭକାରୀ । କଞ୍ଚା ପିଆଜ ଖାଇବା ଦ୍ୱାରା ଆଖିର ପ୍ରୋଟିନ କୁହାଯାଇଥିବା ଗ୍ଲୁଟେଥିଅନ ଶରୀରରେ ଅଧିକ ମାତ୍ରାରେ ବୃଦ୍ଧି ହୋଇଥାଏ । ଯାହା ଆଖିକୁ ସୁସ୍ଥ ରଖିଥାଏ ଏବଂ ଏହା ଦ୍ୱାରା ଆଖି ଜନିତ ସମସ୍ୟା ହୋଇନଥାଏ ।
.ସୁସ୍ଥ ତ୍ୱଚା ଓ କେଶ ପାଇଁ ପିଆଜର ଭୂମିକା
ପିଆଜରେ ଭିଟାମିନ ସି ଭରପୁର ମାତ୍ରାରେ ରହିଥାଏ । ଏହା ସହ ଏଥିରେ ପ୍ରୋଟିନ ଓ ପୋଟାସିୟମ ଅଧିକ ମାତ୍ରାରେ ରହିଥାଏ । ଯାହା ତ୍ୱଚା ଓ କେଶ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।
.ଖରା ଦିନେ ପିଆଜ ଉପକାରୀ
ପ୍ରଚୁର ଗ୍ରୀଷ୍ମ ପ୍ରଭାବରେ କିଛି ଲୋକଙ୍କ ନାକରୁ ରକ୍ତ ବାହାରିବା ଭଳି ସମସ୍ୟା ଦେଖିବାକୁ ମିଳେ । ଏଭଳି ପରିସ୍ଥିତିରେ ଯଦି ଗୋଟିଏ କଞ୍ଚା ପିଆଜ ଖାଇବେ ତେବେ ନାକରୁ ରକ୍ତ ବାହାରିବା ବନ୍ଦ ହୋଇଯିବ ।

କୋଷ୍ଠକାଠିନ୍ୟରୁ ମୁକ୍ତି ପାଇଁ ସକାଳୁ ଖାଆନ୍ତୁ ଗଜାମୁଗ