ପୂଜାରେ ବେଲ ଅର୍ପଣର ମହତ୍ତ୍ୱ କଣ ରହିଛି ଜାଣନ୍ତୁ…

ଭୁବନେଶ୍ୱର : ଶିବଲିଙ୍ଗରେ ବେଲ ପତ୍ର ଚଢାଇବା ଦ୍ୱାରା ପ୍ରଭୁ ଭୋଳାଶଙ୍କର ସନ୍ତୁଷ୍ଟ ହୋଇଥାଆନ୍ତି । ମନ୍ୟତା ରହିଛି ଯେ ଶ୍ରାବଣ ମାସରେ ବେଲ ପତ୍ର ଚଢାଇବା ଦ୍ୱାରା ପ୍ରଭୁ ଭକ୍ତଙ୍କର ସମସ୍ତ ମନସିକ ଶୀଘ୍ର ପୂର୍ଣ୍ଣ କରିଥାଆନ୍ତି । ଏହା ମଧ୍ୟ ମନାଯାଏ ଯେ ଭଗବାନ ଶିବଙ୍କୁ ବେଲପତ୍ର ଚଢାଇବା ଦ୍ୱାରା ତାଙ୍କର ମସ୍ତିଷ୍କ ଶୀତଳ ରହିଥାଏ । ଯାହାଦ୍ୱାରା ସେ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ଯାଆନ୍ତି ।
ବେଲପତ୍ର ତୋଳିବାର କିଛି ନିୟମ ରହିଛି । ତେବେ ଆସନ୍ତୁ ଜାଣିବା ସେ ସବୁ କଣ ରହିଛି…
ଏହି ତିଥି ମାନଙ୍କରେ ବେଲ ପତ୍ର ଛିଣ୍ଡାନ୍ତୁ ନାହିଁ:
ବେଲପତ୍ର ତୋଳିବା ବା ଛିଣ୍ଡାଇବା ବେଳେ ସର୍ବଦା ଭଗବାନ ଶିବଙ୍କୁ ଧ୍ୟନ କରିବା ଉଚିତ । ତାପରେ ବେଲ ବୃକ୍ଷ ନିକଟରେ ଛିଡା ହୋଇ ପ୍ରଣାମ କରି ପତ୍ର ଛିଣ୍ଡାନ୍ତୁ । ବେଲ ପତ୍ରକୁ ଆମାବାସ୍ୟା, ଚତୁର୍ଥୀ, ଅଷ୍ଟମୀ, ନବମୀ ଓ ଚତୁର୍ଦ୍ଦଶୀରେ ତେଳିବା ଅନୁଚିତ । ସର୍ବଦା ତିନୋଟି ବେଲ ପତ୍ର ସମ୍ମିଳିତ ହୋଇଥିବା ପତ୍ରକୁ ଶିବଲିଙ୍ଗରେ ଚଢାଇବା ଉଚିତ ।
ବେଲପତ୍ର ବାସୀ ହୁଏ ନାହିଁ:
ବେଲପତ୍ର ଏପରି ଏକ ପତ୍ର ଯାହା କେବେ ବି ବାସୀ ହୁଏ ନାହିଁ । ଭଗବାନ ଶିବଙ୍କ ପୂଜାରେ ବିଶେଷ ଭାବେ ବ୍ୟବହାର କରାଯାଉଥିବା ବେଲ ପତ୍ର ବିଷୟରେ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । କୁହାଯାଇଛି ଯେ, ପୂଜା ପାଇଁ ନୂଆ ବେଲ ପତ୍ର ଉପଲବ୍ଧ ନ ହେଲେ ପୁରୁଣା ପତ୍ରକୁ ଧୋଇ ଶିବଲିଙ୍ଗରେ ଚଢାଇ ପାରିବା ।
ବେଲପତ୍ର ଅର୍ପଣ କରିବାର ବିଧି:
ବେଲପତ୍ର ସର୍ବଦା ଅନାମିକା ଓ ମାଧ୍ୟମା ଆଙ୍ଗୁଠୀର ସାହାଯ୍ୟରେ ଶିବଲିଙ୍ଗରେ ଅର୍ପଣ କରିବା ଉଚିତ । ଶିବଲିଙ୍ଗରେ ବେଲପତ୍ର ଚଢାଇବା ସହ ଜଳ ମଧ୍ୟ ତା ସହ ଅର୍ପଣ କରନ୍ତୁ । କେବେ ବି ଫାଟି ଯାଇଥିବା ବେଲପତ୍ର ଚଢାଇବା ଉଚିତ ନୁହେଁ ।
ବେଲପତ୍ରର ମହତ୍ତ୍ୱ:
ଶିବ ପୁରାଣ ଅସୁସାରେ, ଭଗବାନ ଶିବଙ୍କୁ ବେଲପତ୍ର ଚଢାଇବା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ । ଏହାସହ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ବେଲ ପତ୍ରରେ କେବଳ ଭଗବାନ ଶିବ ନୁହେଁ ହନୁମାନ ମଧ୍ୟ ପ୍ରସନ୍ନ ହୋଇଥାଆନ୍ତି । ଘରର ବଗିଚାରେ ବେଲ ଗଛ ରହିବା ଦ୍ୱାରା ପରିବାର ସଦସ୍ୟମାନେ ପାପରୁ ମୁକ୍ତ ପାଇଥାୟାନ୍ତି । ଏହାସହ ପୁଣ୍ୟ ପ୍ରାପ୍ତି ହୋଇଥାଏ ।

ସକାଳୁ ନଡିଆ ଓ ଫୁଲ ଦେଖୁଛନ୍ତି କି, ଜାଣିରଖନ୍ତୁ କଣ କହେ ବାସ୍ତୁଶାସ୍ତ୍ର…