ଝିମିଟି ଖେଳରୁ ମହାଭାରତ: ବୋହୂର ଶାଶୂଘରକୁ ବିଳମ୍ବରେ ଫେରିବାରୁ ଘଟିଛି ଲଙ୍କାକାଣ୍ଡ,

ବାସୁଦେବପୁର: ଭଦ୍ରକ ଜିଲା ବାସୁଦେବପୁର ଅନ୍ତର୍ଗତ କୋଶିଆ ସାମୁଦ୍ରିକ ଥାନାରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ସୃଷ୍ଟି ହୋଇଥିବା ବେଳେ ଉତ୍ତ୍ୟକ୍ତଲୋକ ଥାନାରେ ପଶି ଭଙ୍ଗାରୁଜା କରିବା ସହ ପୁଲିସ କର୍ମଚାରିଙ୍କୁ ମାଡ ମାରିଛନ୍ତି ।
ସୂଚନାନୁଯାୟୀ, ଭଦ୍ରକ ଜିଳା ବାସୁଦେବପୁର ଅନ୍ତର୍ଗତ ପାରାପୋଖରୀ ଗାଁର ଜରେ ବିନୋବାଭାବେ ନଗର ଗାଁର ଜଣେ ପୁଅ ସହ ଗତବର୍ଷ ପ୍ରେମ ବିବାହ କରିଥିଲେ । ପ୍ରାୟ ବର୍ଷେ ପରେ ଦୋଳ ପୂର୍ଣ୍ଣିମାରେ ଝିଅକୁ ଘରକୁ ନେବା ପାଇଁ ତାଙ୍କ ଶାଶୁଘର ଲୋକେ ପହଞ୍ଚିଥିଲେ । ଝିଅକୁ ସାଙ୍ଗରେ ନେବା ପାଇଁ ଶାଶୁଘର ଲୋକ ଅନୁମତି ଦେଇଥିଲେ ମଧ୍ୟ ଶୁକ୍ରବାର ମଧ୍ୟାନ ସୁଦ୍ଧା ଆଣି ଛାଡିବା ପାଇଁ ଶାଶୁଘର ଲୋକ ତାଗିତ କରି କହିଥିଲେ । କିନ୍ତୁ ଝିଅର ଭାଇ ଦିନ ପ୍ରାୟ ୨-୩ଟା ବେଳକୁ ଝିଅକୁ ନେଇ ଶାଶୁଘରେ ପହଞ୍ଚିଥିଲେ ଏବଂ ଏବଂ ତାଙ୍କ ସାଙ୍ଗରେ ଅନ୍ୟ କିଛି ଲୋକ ମଧ୍ୟ ଥିଲେ । ଘରେ ବୋହୂ ବିଳମ୍ବରେ ପହଞ୍ଚିବାରୁ ଶାଶୁଘର ଲୋକ ଏବଂ ବୋହୂର ଭାଇ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉଭୟ ପକ୍ଷରୁ କିଛି ଲୋକ ଆହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଝିଅର ଭାଇ ଏବଂ ସ୍ୱାମୀଙ୍କୁ ଥାନାକୁ ଉଠାଇ ଆଣିଥିଲେ । ପରେ କିଛି ସ୍ଥାନୀୟନେତାଙ୍କ ହସ୍ତକ୍ଷେପରେ ସେମାନଙ୍କୁ ପୁଲିସ ଛରଡି ଦେଇଥିଲା । କିନ୍ତୁ ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଂଝା ଜାରି ରହିଥିବା ବେଳେ ପାରା ପୋଖରୀ ଗାଁର ଦେଇ ଯାଉଥିବା ପୁଅ ପକ୍ଷର ସମ୍ପର୍କୀୟଙ୍କୁ ଝିଅ ପକ୍ଷର ଲୋକେ ମାଡ ମାରି ଗୁରୁତର କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ ପହଞ୍ଚିବାରେ ବିଳମ୍ବ, କରିବାରୁ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଥାନାରେ ପଶି ଭଙ୍ଗାରୁଜା କରିବା ଥାନାର ଅତି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ରକୁ ନିକଟସ୍ଥ ପୋଖରୀରେ ଫିଙ୍ଗି ଦେଇଛନ୍ତି । ଏହା ସହ ଝିଅ ଘରଲୋକ ପୁଅ ପକ୍ଷର ମହିଳାମାନେ ଥାନା ବାହାରେ ଧାରଣାରେ ବସିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି । ପରିସ୍ଥିତିକୁ ନିୟନ୍ତ୍ରିତ ରଖିବା ପାଇଁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି ।

ମହିଳା କଂଗ୍ରେସ ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ