ଖୋଲା ଆଖିରେ ସ୍ୱପ୍ନ ଦେଖିବା ଆବଶ୍ୟକ ବୋଲି କହିଲେ ଆଲିଆ, କାହିଁକି ପଢନ୍ତୁ ଏହି ଖବରରୁ….

ମୁମ୍ବାଇ: ବଲିଉଡ୍‌ର ଆଗ ଧାଡିର ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ନେଇ ଅନେକ ସମଯରେ ଚର୍ଚ୍ଚା ଦେଖିବାକୁ ମିଳେ | ତେବେ କେତେବେଳେ ନିଜ ପର୍ସନାଲ ଲାଇଫକୁ ନେଇ ତ କେତେବେଳେ ପରଫେସନାଲ ଲାଇଫକୁ ନେଇ ସେ ଚର୍ଚ୍ଚା ରହିଆସୁଛନ୍ତି | ତେବେ କିଛି ଦିନ ହେବ ସେ ଖୁବ ଜୋରରେ ନିଜ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାକୁ ଆସୁଥିବା ବେଳେ କିନ୍ତୁ ଆଜି ସେ ତାଙ୍କ ପର୍ଫସନାଲ ଲାଇଫକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି | ଶୁଣିବାକୁ ମିଳିଛି, ଅନେକ ଦିନରୁ ଥିବା ତାଙ୍କର ସ୍ୱପ୍ନ ପୂରା ହେବାକୁ ଯାଉଛି । ଆଉ ତାଙ୍କର ଏହି ଖୁସିକୁ ସେ ଲୁଚାଇ ନ ପାରି ଟ୍ୱିଟ୍‌ କରି ନିଜ ଫ୍ୟାନ୍‌ଙ୍କୁ ଜଣାଇଛନ୍ତି । ବଲିଉଡ୍‌ର ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲି ଏବଂ ଦବଙ୍ଗ ଖାନ୍‌ ସଲମାନଙ୍କ ସହ ଆଲିୟା ଭଟ୍ଟ କାମ କରିବା ପାଇଁ ବହୁଦିନରୁ ସ୍ୱପ୍ନ ଦେଖୁଥିଲେ । ବଲିଉଡ୍‌ରେ ସେ ୭ ବର୍ଷ ଅଭିନୟ କରିବା ପରେ ଏହି ସ୍ୱପ୍ନ ଏବେ ପୂରା ହେବାକୁ ଯାଉଛି । ସଂଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ “ଇନ୍‌ସାଆଲ୍ଲା”ରେ ଆଲିୟା ଭଟ୍ଟଙ୍କୁ ଆପଣ ଦେଖିବାକୁ ପାଇବେ । ଆଉ ଏହି ଫିଲ୍ମରେ ସଲମାନ ଖାନ୍‌ ମଧ୍ୟ ଅଭିନୟ କରିବାକୁ ଯାଉଛନ୍ତି ।
ଏହି ଘଟଣାକୁ ଆଲିୟା ଭଟ୍ଟ ଟ୍ୱିଟ୍‌ କରି ଜଣାଇଛନ୍ତି । ସେ ଟ୍ୱିଟ୍‌ରରେ ଲେଖିଛନ୍ତି ଯେ, “ଖୋଲା ଆଖିରେ ସ୍ୱପ୍ନ ଦେଖିବା ଦରକାର ଆଉ ମୁଁ ଏହା କରିଛି । ବଲିଉଡ୍‌ରେ ସଞ୍ଜୟ ଲୀଲା ଭଂସାଲୀ ଆଉ ସଲମାନ ଦୁହେଁ ଧମାଲ୍‌ କରନ୍ତି । ମୁଁ ସେ ଦୁହିଁଙ୍କ ସହ କାମ କରିବା ପାଇଁ ଆଉ ଅପେକ୍ଷା କରିପାରିବି ନାହିଁ । ମୁଁ ଯେତେବେଳେ ୯ ବର୍ଷର ହୋଇଥିଲି ସେତେବେଳେ ସଞ୍ଜୟ ଲୀଲା ଭଂସାଲୀଙ୍କ ଅଫିସ୍‌ ଯାଇଥିଲି । ସବୁବେଳେ ମୁଁ ଚାହୁଁଥିଲି ଯେ, ମୁଁ ତାଙ୍କ ଆଗାମୀ ଫିଲ୍ମରେ କାମ କରିବି । ଆଉ ତାହା ଏବେ ସତ ହେଲା । ଆଲିୟା ଭଟ୍ଟଙ୍କ ଆଗାମୀ ଫିଲ୍ମ “କଲଙ୍କ” ଆସିବାକୁ ଯାଉଛି । କିଛି ଦିନ ପୂର୍ବରୁ ଏହି ଫିଲ୍ମର ଟିଜର୍‌ ରିଲିଜ୍‌ ହୋଇଥିଲା । ଫିଲ୍ମରେ ଆଲିଆ ଭଟ୍ଟଙ୍କ ସହ ବରୁଣ ଧୱନ୍‌, ସୋନାକ୍ଷୀ ସିହ୍ନା, ମାଧୁରୀ ଦିକ୍ଷୀତ୍‌ ଓ ସଞ୍ଜୟ ଦତ୍ତ ମଧ୍ୟ ଅଭିନୟ କରିଛନ୍ତି । କରନ୍‌ ଜୋହର୍‌ଙ୍କ ବ୍ୟାନର୍‌ରେ ଏହି ଫିଲ୍ମକୁ ନିର୍ମାଣ କରାଯାଇଛି । ଲୋକମାନେ ମଧ୍ୟ ଏହି ଫିଲ୍ମର ଟିଜର୍‌କୁ ବହୁତ ପସନ୍ଦ କରିଛନ୍ତି ।

ରଣବୀରଙ୍କ ସହ ଜନ୍ମଦିନ ପାଳିଲେ ବଲିଉଡ ବ୍ୟୁଟି ଆଲିଆ