ପୁଣି ଜବତ ହେଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ, ଗିରଫ ହେଲେ ଦୁଇ ଟ୍ରକ ଡ୍ରାଇଭର

ଛତ୍ରପୁର : ରାଜ୍ୟରେ ଦିନକୁ ଦିନ ଅପରାଧର ସଂଖ୍ୟା ଜୋରସୋରରେ ବୃଦ୍ଧି ହେଉଥିବାର ଦେଖିବାକୁ ମିଳୁଛି | ତେବେ ଗଲା କିଛି ଦିନ ହେବ ରାଜ୍ୟରେ ବ୍ରାଉନ ସୁଗାର ଓ ଗଞ୍ଜେଇ ବ୍ୟାପାର ଜୋରରେ ହେଉଛି | ତେବେ ଏହାକୁ ପ୍ରଶାସନ ପକ୍ଷରୁ କଡା ଜବାବ ଦେଉଥିଲେ ମଧ୍ୟ ଅପରାଧୀଙ୍କର କୌଣସି ଫରକ ପଡୁଥିବାର ଦେଖିାକୁ ମିଳୁନି | ଏପରି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଉପକଣ୍ଠ ଜଙ୍ଗଲରେ | ଏହି ବ୍ୟାପାର ହରିଆନାକୁ ଲମ୍ବିଛି ଗଞ୍ଜେଇ ଚୋରା ଚାଲାଣର ଚେର । ଦିଗପହଣ୍ଡି ଓ ଚିକିଟି ଅଞ୍ଚଳରୁ ହରିଆନାକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କେନ୍ଦ୍ରୀୟ ନାରକୋଟିକ୍ସ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଭୁବନେଶ୍ବର ସ୍ବତନ୍ତ୍ର ଟିମ୍‌ ଚଢାଉ କରିଥିଲା । ଚଢ଼ାଉ ପରେ ଏହି ଟ୍ରକ ସହିତ ସେଥିରେ ଥିବା ୪ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଚଢାଉ ବେଳେ ଟ୍ରକ ଡ୍ରାଇଭର ନିକଟସ୍ଥ ପୋଖରୀକୁ ଡେଇଁ ପହଁରି ଚମ୍ପଟ ଉଦ୍ୟମ କରିଥିଲା । ତେବେ ଉକ୍ତ ଟିମ ତାକୁ କାବୁ କରିବାରେ ସକ୍ଷମ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏନ୍‌ସିବି ଟିମ୍‌ ଗଞ୍ଜେଇ ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇଥିଲା । ଗଞ୍ଜେଇ ଥିବା ଟ୍ରକ୍‌କୁ ଧରିବା ପାଇଁ ଜାତୀୟ ରାଜପଥ ଅଞ୍ଚଳରେ ଛକି ରହିଥିଲା। ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଛକ ଠାରେ ଟ୍ରକ୍‌ ପହଞ୍ଚିବା ପରେ ଟିମ୍‌ର ସଦସ୍ୟମାନେ ଚଢ଼ାଉ କରିଥିଲେ । ୧୬ ବସ୍ତା ଗଞ୍ଜେଇ, ଟ୍ରକ ଜବତ କରିବା ସହିତ ଚାଳକକୁ ଗିରଫ କରିଥିଲେ। ଟ୍ରକ ଚାଳକ ଘର ହରିଆନା ରାଜ୍ୟ ପାଲୱାଲ ଜିଲ୍ଲାର ନାସିର ବୋଲି ଜଣାପଡିଛି । ଏନ୍‌ସିବି ଟିମ୍‌ର ଗୁଇନ୍ଦା ଅଧିକାରୀ ବିଶ୍ବନାଥ ଘୋଷଙ୍କ ସୂଚନା ଅନୁଯାୟୀ, ବ୍ରହ୍ମପୁର ନିକଟ ଦିଗପହଣ୍ତି ଓ ଚିକିଟି ଅଞ୍ଚଳର ଏକ ଜଙ୍ଗଲରୁ ୪ କୁଇଣ୍ଟାଲ ଗଞ୍ଜେଇ ହରିଆନା ଚାଲଣ ହେଉଥିଲା । ୧୬ବସ୍ତା ଜବତ ହୋଇଥିବା ବେଳେ ପ୍ରତ୍ୟେକ ବସ୍ତାରେ ୨୫ କିଲୋ ଲେଖାଁଏ ଗଞ୍ଜେଇ ରହିଛି । ଚଳିତ ବର୍ଷ ଏନ୍‌ସିବି ପକ୍ଷରୁ ଓଡିଶାର ବିଭିନ୍ନ ସ୍ଥାନରୁ ୧୦ ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ବୋଲି ସେ କହିଛନ୍ତି ।

ଆମ୍ବୁଲାନ୍ସରେ ଗଞ୍ଜେଇ ନେବା ମହଙ୍ଗା ପଡିଲା ଲୁଟେରାଙ୍କୁ, ରାସ୍ତା ମଝିରେ ଧରା ପଡିଲେ….