ସିଆରପିଏଫ ଯବାନଙ୍କ ମଧ୍ୟରେ ଗଣ୍ଡଗୋଳ: ୩ମୃତ, ଜଣେ ଆହତ

ଜମ୍ମୁ: ଜମ୍ମୁର ଉଦ୍ଧମପୁର ଜିଲାରେ ଥିବା ସିଅରପିଏଫର ୧୮୭ ବାଟାଲିୟନରେ ବୁଧବାର ବିଳମ୍ବିତ ରାତିରେ ଘଟିଛି ଏକ ଦୁଃଖଦ ଘଟଣା । ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ଏବଂ ପରେ ଗୁଳି ଚାଳନା ରେ ୩ଜଣ ଜବାନଙ୍କର ମୃତ୍ୟୁ ଘଟିଛି । ଆଉ ଜଣେ ସେଥିରେ ଗୁରୁତର ଆହତ ହୋଇଛନ୍ତି ।
ସୂଚନାନୁଯାୟୀ, ଜମ୍ମୁର ଉଦ୍ଧମପୁର ଜିଲାରେ ଥିବା ସିଆରପିଏଫର ୧୮୭ ବାଟାଲିୟନର ଶିବିରରେ ବୁଧବାର କୌଣସି କାରଣରୁ ଯବାନଙ୍କ ମଧ୍ୟରେ ତିକ୍ତତା ହୋଇଥିଲା ।ତାହାପରେ ସେଥିରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଯାହାକୁ ନେଇ ସିପାହି ଅଜିତ କୁମାର ନିଜ ସର୍ଭିସ ରିଭଲଭରରୁ ଗୁଳିଚାଳନା କରିଥିଲେ । ଏଥିରେ ୩ ଜଣ ଯବାନଙ୍କର ମୃତ୍ୟୁ ଘଟିଥିଲା ଘଟଣାସ୍ଥଳରେ ହିଁ । ପରେ ସେ ନିଜକୁ ଗୁଳିମାରି ଆତ୍ମହତ୍ୟା ଉଦ୍ୟମ କରିବାର ଜଣାପଡିଥିଲା ।
ଏହି ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ସମୟରେ ହାବିଲଦାର ପୋଖରମଲ, ହାବିଲଦାର ଯୋଗେନ୍ଦ୍ର ଏବଂ ହାବିଲଦାର ଉମ୍ମିଦ ସିଂହଙ୍କର ଡାକ୍ତଖାନାରେ ମୃତ୍ୟୁ ଘଟିଛି । ଅନ୍ୟମାନଙ୍କୁ ଗୁଳି କରି ପରେ ନିଜକୁ ଗୁଳି ଚଳାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଜିତ କୁମାରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି । ଅଜିତଙ୍କ ଘର ଉତ୍ତର ପ୍ରଦେଶର କାନପୁର ବୋଲି ଜଣାପଡିଛି ।

ହିମଖଣ୍ଡ ଦବି ରହିଥିବା ୨ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି