ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରେ ପଞ୍ଜିକରଣକୁ ନେଇ ଉତ୍ତେଜନା

ଭୁବନେଶ୍ୱର(ଓଏନଏ) :ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଆଜି ସକାଳୁ ଉତ୍ତେଜନା ଦେଖାଦେଇଥିବା ଜଣାପଡ଼ିଛି । ଆଜି ସକାଳ ସମୟରୁ ଟିକଟ ପଞ୍ଜିକରଣ ହୋଇପାରୁ ନଥିବାରୁ ରୋଗୀ ଓ ରୋଗୀ ସମ୍ପର୍କୀୟ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।
ସୂଚନାନୁଯାୟୀ, ପଞ୍ଜୀକରଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ଦରମା ନବୋରୁ କର୍ମଚାରୀମାନେ ପଞ୍ଜିକରଣ କାର୍ଯ୍ୟରୁ ଓହରିଯାଇଛନ୍ତି ବୋଲି ଜଣାପଡ଼ିଛି । ଫଳରେ ପଞ୍ଜିକରଣ ହୋଇପାରୁ ନଥିବାରୁ ରୋଗୀ ଏବଂ ସମ୍ପର୍କୀୟଙ୍କୁ ଟକଟ ମିଳୁପାରୁନାହିଁ । ଫଳରେ ଡ଼ାକ୍ତଖାନା ପରିସରରେ ଉତ୍ତେଜନା ଦେଖାଦେଇଛି ।

କଟକ ବଡ ମେଡିକାଲରେ ଅଗ୍ନିକାଣ୍ଡ