ଜାଣନ୍ତୁ କେଶରୁ କିପରି ଛଡାଇବେ ହୋଲି ରଙ୍ଗ

ଭୁବନେଶ୍ୱର(ଓଏନଏ) : ରଙ୍ଗର ପର୍ବ ହୋଲି ଆଉ ରହିଲା ଅଳ୍ପ କଛି ଦିନ । ଏଥିପାଇଁ ସମସ୍ତଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ରହିଛି । ସମସ୍ତଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଭରି ରହିଛି । ହୋଲିରେ ଲୋକମାନେ ଭିନ୍ନ ଭିନ୍ନ ରଙ୍ଗରେ ହୋଲି ଖେଳିଥାଆନ୍ତି । ରଙ୍ଗରେ ଥିବା କେମିକାଲ ଯୋଗୁଁ ଆପଣଙ୍କ ମୁହଁ ଓ କେଶରେ ଅନେକ ଖରାପ ପ୍ରଭାବ ପଡିଥାଏ ।ତେଣୁ କିଛି ଲୋକ ହୋଲି ଖେଳିବା ପାଇଁ ପଛଘୁଞ୍ଚା ଦେଇଥାଆନ୍ତି । ତେବେ ଆସନ୍ତୁ ଜାଣିବା କିଛି ଏମିତି ଉପାୟ ସମ୍ବନ୍ଧରେ, ଯାହାଦ୍ୱାରା ହୋଲିର ରଙ୍ଗରୁ ଆପଣଙ୍କ କେଶକୁ କିପରି ରକ୍ଷା କରିବେ…
୧. ପ୍ରଥମେ ହୋଲି ଖେଳିବା ପୂର୍ବରୁ ପ୍ରଥମେ କେଶକୁ ସଫା ସ୍କାର୍ଫରେ ବାନ୍ଧି ଦିଅନ୍ତୁ । ଏପରି କରିବା ଦ୍ୱାରା ଶୁଖିଲା ରଙ୍ଗ ଆପଣଙ୍କ କେଶରେ ଜମା ହେବାରୁ ରକ୍ଷା ପାିବ । ସ୍କାର୍ଫ ପିନ୍ଧିବା ବର୍ତ୍ତମାନ ଏକ ଫ୍ୟାଶନ ହୋଇଯାଇଛି । ଏହାକୁ ମୁଣ୍ଡରେ ବାନ୍ଧିବା ଦ୍ୱାରା କେଶ ସୁରକ୍ଷିତ ମଧ୍ୟ ରହିଥାଏ ।
୨.ହୋଲି ଖେଳିବା ପୂର୍ବରୁ ଚର୍ମ ପରି କେଶରେ ମଧ୍ୟ ତେଲ ଲଗାନ୍ତୁ । ସବୁଠାରୁ ଉତ୍ତମ ହେବ ଯେ, ହୋଲିର ପୂର୍ବ ଦିନରୁ କେଶରେ ତେଲ ମାଲିସ କରନ୍ତୁ । ଏପରି କରିବା ଦ୍ୱାରା କେଶରେ ଏକ ସୁରକ୍ଷିତ ସ୍ତର ରହିବ । ଯାହାଦ୍ୱାରା କେଶରେ ରଙ୍ଗର କୌଣସି ପ୍ରଭାବ ପଡିବ ନାହିଁ ।
୩. କେଶରୁ ରଙ୍ଗ ଭଲ ଭାବେ ଛଡାଇବା ପାଇଁ ତେଲରେ ଲେମ୍ବୁ ରସ ଲଗାଇପାରିବେ । ଏପରି କରିବା ଦ୍ୱାରା ରଙ୍ଗର କ୍ଷତିକାରକ ପ୍ରଭାବ କେଶରେ ପଡିବ ନାହିଁ ।
୪. ହୋଲିର ସର୍ବଦା ମହିଳାମାନେ କେଶକୁ ଭଳ ଭାବେ ବାନ୍ଧି ରଖିବା ଉଚିତ । ଏପରି କରିବା ଦ୍ୱାରା କେଶ ମଧ୍ୟକୁ ରଙ୍ଗ ସହଜରେ ଯାଇପାରିବ ନାହିଁ ।
ହୋଲି ଖେଳିବା ପରେ ରଙ୍ଗ ଛଡାଇବା ଉପାୟ…..
୧. ହୋଲି ଖେଳିସାରିବା ପରେ କେଶକୁ କେବେ ବି ଗରମ ପାଣିରେ ଧୁଅନ୍ତୁ ନାହିଁ ।ସାଧା ଓ ଥଣ୍ଡା ପାଣିରେ କେଶ ଧୁଅନ୍ତୁ । ଏପରି କରିବା ଦ୍ୱାରା କେଶ ସୁରକ୍ଷିତ ରହିଥାଏ ।
୨.କେଶରେ କୌଣସି କେମିକାଲ ଯୁକ୍ତ ସାମ୍ପ୍ୟୁର ବ୍ୟବହାର କରନ୍ତୁ ନାହିଁ ।ତେଣୁ ରଙ୍ଗ ଛଡାଇବା ପାଇଁ କେଶରେ ଆୟୁବେଦିକ ସାମ୍ପ୍ୟୁ ଲଗାଇ ଆସ୍ତେ ଆସ୍ତେ ପାଣିର ବ୍ୟବହାର କରିବା ଉଚିତ । ଏପରି କରିବା ଦ୍ୱାରା କେଶରୁ ସଠିକ ଭାବେ ରଙ୍ଗ ଛାଡିଯାଇଥାଏ ।
୩.କେଶରୁ ରଙ୍ଗ ଛଡାଇବା ପରେ ଘିକୁଆଁରୀ ରସ ମାଲିସ କରନ୍ତୁ । ତାପରେ ୧୦ରୁ ୧୫ମିନିଟ ପରେ କେଶକୁ ଧୋଇ ଦିଅନ୍ତୁ ।

ହୋଲି ଖେଳିସାରିବା ପରେ କିପରି ଛଡ଼ାଇବେ ରଙ୍ଗ, ଜାଣନ୍ତୁ କଣ ରହିଛି…