କାହିକି ମ୍ୟାଚ୍ ଖେଳିବାକୁ ମନାକଲେ ସାଇନା ନେହୱାଲ

ଗୁହାଟି:ଆୟୋଜିତ ଜାତୀୟ ସିନିୟର ବ୍ୟାଡମିଣ୍ଟନ୍ ଚାମ୍ପିଆନସିପ୍ରେ ଗୁରୁବାର ଘଟିଛି କିଛି ଏମିତି ଘଟଣା । ମହିଳା ସିଙ୍ଗଲସ ଚାମ୍ପିଆନ୍ ରେ ସାଇନା ନେହୱାଲଙ୍କ ଗୁରୁବାର ମ୍ୟାଚ ଥିବା ବେଳେ ବ୍ୟାଡମିଣ୍ଟନ୍ କୋର୍ଟର ଅବସ୍ଥା ଭଲ ନ ଥିବା ଦର୍ଶାଇ ମ୍ୟାଚ୍ ଖେଳିବାକୁ ମନା କରି ଦେଇଥିଲେ ସାଇନା ।
ସୂଚନାନୁଯାୟୀ ଗୁରୁବାର ସିଙ୍ଗଲସର ପ୍ରିକ୍ୱାର୍ଟରରେ ସାଇନାଙ୍କ ମୁକାବିଲା ଶ୍ରୁତି ମୁନଦାଦାଙ୍କ ସହ ହେବାର ଥିଲା । ଯେତେବେଳେ ସାଇନା ଦେଖିଲେ ବ୍ୟାଡମିଷ୍ଟନ୍ କୋର୍ଟର ଚଟାଣ ଆବଡାଖାବଡା ହୋଇଛି ।ସେତେବେଳେ ସେ ମ୍ୟାଚ୍ ଖେଳିବାକୁ ମନାକରିଦେଇଥିଲେ । କହିଲେ ଏଭଳି ଚଟାଣରେ ଖେଳି ମୁଁ ଆହତ ହେବାକୁ ଚାହୁନି । ଏହା ପରେ ଏହି ଘଟଣାରେ ହସ୍ତକ୍ଷେପ କରି ଭାରତୀୟ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ସମ୍ପାଦକ ଓରାମ ରସିଦ ସାଇନାଙ୍କ ସହ ଆଲୋଚନା କରି ତାଙ୍କର ଖେଳ ସୂଚିରେ କିଛି ପରିବର୍ତ୍ତନ କରାଇଦେଇଥିଲେ ।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସାଇନାଙ୍କ ସ୍ୱାମୀ ିପାରୁପଲ୍ଲୀ କଶ୍ୟପ୍ ବି ଏମିତି କିଛି ଗୁରୁତ୍ୱପୁର୍ଣ୍ଣ ମତବ୍ୟ ଦେଇଥିଲେ ବ୍ୟାଡମିଣ୍ଟନ କୋର୍ଟକୁ ନେଇ ।କହିଥିଲେ ଯେ ସାଇନା ଖେଳିବାକୁ ଥିବା ବ୍ୟାଡମିଣ୍ଟନ କୋର୍ଟର ଚଟାଣରେ ଲାଗିଥିବା କାଠ କେତେକ ସ୍ଥାନରୁ ବାହାରି ଆସିଛି । ଏହା ପ୍ରତି କାହାର ନିଘା ନାହିଁ । ଏହା ଦ୍ୱାରା ମ୍ୟାଚ୍ ଖେଳିଲାବେଳେ ଖେଳାଳିଙ୍କ ସହ କିଛି ବି ଘଟଣା ଘଟିପାରେ । ସେଥିପ୍ରତି କିଏ ଦାୟୀ ହେବ । ସେଥିପାଇଁ ସେ ଏହି ମ୍ୟାଚ୍ ଖେଳିବାକୁ ମନା କରିଦେଇଥିଲେ ।