ସ୍ୱାମୀର ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀର ଜୀବନ

ଅନୁଗୁଳ:ଆଜି ସକାଳେ ଘଟିଛି ଏକ ଅଭାବନୀୟ ଘଟଣା ।ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ଜୀବନ ଯାଇଛି । ଏହି ଘଟଣା ଘଟିଛି ଅନୁଗଗୁଳ ଜିଲା ପାଲଲହଡା ଗ୍ରାମରେ ।
ସୁଚନାନୁଯାୟୀ ସ୍ୱାମୀ ସ୍ତ୍ରୀ ଦୁଇଜଣ ତାଙ୍କ ଝିଅ ଘରକୁ ବୁଲିବାକୁ ଆସିଥିଲେ । ସେଠି ସେ ଗତ ୧୦ ଦିନରୁ ରହୁଆସୁଛନ୍ତି । ହେଲେ କାଲି ରାତିରେ କୌଣସି କଥାକୁ ନେଇ ଦୁଇଜଣଙ୍କ ଭିତରେ ତିକ୍ତତା ହୋଇଥିଲା ଏମିତି କଣ ହୋଇଥିଲା ଯାହାଫଳରେ ଆଜି ଭୋର ସମୟରେ ସ୍ୱାମୀ ବଳ ବେହେରା ତାଙ୍କ ସ୍ତ୍ରୀ ବଗବତୀ ବେହେରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଏହା କଲା ପରେ ସ୍ୱାମୀ ନିଜେ ସବୁ ସ୍ୱୀକାର ମଧ୍ୟ କରିଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଉକ୍ତ ଅଭିଯୁକ୍ତ ବଳ ବେହେରାଙ୍କୁ ଗିରଫ କରିଛି । କୁହାଯାଇଛି ବଗବତୀ ବେହେରା ହେଉଛନ୍ତି ବଳ ବେହେରାଙ୍କର ଚତୁର୍ଥ ସ୍ତ୍ରୀ ଥିଲେ ବୋଲି । ଏହାକୁ ନେଇ ମଧ୍ୟ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସ୍ୱାମୀ ସାଜିଲା ରାକ୍ଷସ : ମଦ ପାଇଁ କାଟିଲା ସ୍ତ୍ରୀ କାନ