ଗାନ୍ଧୀ ପରିବାରର ଦୀର୍ଘ ଶାସନରେ ଦେଶର କଣ ଅବସ୍ଥା ଥିଲା ତାର ଉତର ରାହୁଲ ଦିଅନ୍ତୁ -ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  ରାହୁଲ ଗାନ୍ଧୀଙ୍କ ପାଖରେ ତଥ୍ୟ ନାହିଁ । ଗାନ୍ଧୀ ପରିବାର ଦେଶକୁ ୫୫ ବର୍ଷ ଶାସନ କରିବା ନାଁରେ ଉପଭୋଗ କଲେ, ଅନେକ ଦଶନ୍ଧି ଧରି ବିଭିନ୍ନ ରାଜ୍ୟର ଦାୟିତ୍ୱ ନେଇଥିଲେ । ଯେଉଁମାନେ ଭାରତର ଅର୍ଥ ବ୍ୟବସ୍ଥାକୁ ଦେବାଳିଆ କଲେ ସେମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରୁଛନ୍ତି । ରାହୁଲ ଗାନ୍ଧିଙ୍କ ପରିବାର ଅନେକ ବର୍ଷଧରି ଶାସନ ଚଳେଇଥିଲେ, ମାତ୍ର ସେତେବେଳେ ଦେଶର କଣ ଅବସ୍ଥା ଥିଲା ତାର ଉତର ରାହୁଲ ଗାନ୍ଧି ପ୍ରଥମେ ଦିଅନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ଲୋକସଭାର ଶେଷ ଅଧିବେଶନରେ ବିଗତ ୫ ବର୍ଷ ମଧ୍ୟରେ ଦେଶରେ କେତେ ରୋଜଗାର ଉପଲବ୍ଧି ହୋଇଛି ପ୍ରଧାନମନ୍ତ୍ରୀ ତାହାର ହିସାବ ଦେଲେ । ଏହି ହିସାବକୁ ଯୋଡିଲେ ଦେଶରେ ପାଖାପାଖି ୧୫ କୋଟି ପର୍ଯ୍ୟନ୍ତ ରୋଜଗାର ଏବଂ
ସ୍ୱରୋଜଗାର ବଢୁଛି । ଯଦି ରାହୁଲ ଗାନ୍ଧି ଏବଂ ତାଙ୍କ ଭଳି ସମାଲୋଚନା କରୁଥିବା ବ୍ୟକ୍ତି ଏହାକୁ ସ୍ପଷ୍ଟ ଦିବାଲୋକରେ ଦେଖିପାରିବେନି ତା ହେଲେ ସେମାନେ ରାଜନୈତିକ ଚଂଚକତା କରୁଛନ୍ତି କୁହାଯିବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।