କଙ୍ଗାରୁ ଟିମକୁ ହରାଇଲା ବିରାଟ ବାହିନୀ

ମେଲବଣ୍ଣ: ପୁଣି ଅଷ୍ଟ୍ରେଲିଆ ମାଟିରରେ ଧମାଲ ମଚାଇଲା ଇଣ୍ଡିଆ । କଙ୍ଗାରୁ ଟିମକୁ ହରାଇ ବିରାଟ ବାହିନୀ କମାଲ କରିଛି । ଶେଷରେ ଧ୍ବନୀ ଓ ଯାଦବଙ୍କ ଯୋଡି ଭାରତକୁ ବଜୟର ସ୍ୱାଦ ଚଖାଇଛନ୍ତି । ଭାରତ ୭ ଓ୍ବିକଟରେ ଅଷ୍ଟ୍ରେଲିଆକୁ ହରାଇ ବାଜି ମାରିଛି । ଧ୍ବନୀ ୮୭ ରନ କରିଥିବା ବେଳେ ଯାଦବ ୬୧ ରନରେ ଟିମ ଇଣ୍ଡିଆକୁ ଜିତାଇଛନ୍ତି । ୫୦ ଓଭରର ଏହି ମ୍ୟାଚରେ ୪ ଟି ବଲ ବାକୁ ଥାଇ ଭାରତ ଏହି ମ୍ୟାଚ ଜିତି ଯାଇଛି । କଙ୍ଗାରୁ ଦଳ ପ୍ରଥମ ବ୍ୟାଟିଂ କରି ୨୩୦ ରନ ସଂଗ୍ରହ କରିଥିଲା । ଭାରତୀୟ ବୋଲରଙ୍କ ଆଗରେ କଙ୍ଗାରୁ ଟିମ ବେଶୀ ରନ ସଂଗ୍ରହ କରିପାରିନଥିଲା । ୨୩୪ ରନ ସଂଗ୍ରହ କରି ଓ ଓ୍ନିନଙ୍ଗ ସଟରେ ଯାଦବ ଚୌକା ମାରି ବିରାଟ ବାହିନୀକୁ ଜିତାଇପାରିଛନ୍ତି । ଶୃଙ୍ଖଳାର ପ୍ରଥମ ଦିନିକିଆ ମ୍ୟାଚ ଅଷ୍ଟ୍ରେଲିଆ ଜିତିଥିଲା ବେଳେ ପରବର୍ତ୍ତୀ ଦୁଇଟି ମ୍ୟାଚ ଲଗାତାର ଭାବେ ଭାରତ ଅକ୍ତିଆର କରିଛି ।

ବଦଲା ନେଲା ଟିମ ଇଣ୍ଡିଆ, କମାଲ କଲେ କୋହଲୀ ଓ ଧୋନୀ