କ୍ୟାନ୍ସରରୁ ମୁକ୍ତି ପାଇଲେ ଇମ୍ରାନଙ୍କ ପୁଅ ଆୟାନ,ପୁଅ ପାଇ ଲେଖିଲେ ପୁସ୍ତକ

ମୁମ୍ବାଇ: ବଲିଉଡର ରୋମାନ୍ସ କିଙ୍ଗ୍‌ ଇମ୍‌ରାନ୍‌ ହାସ୍‌ମି ନିଜ ଫ୍ୟାନ୍‌ଙ୍କ ସହ ଆଜି ଏକ ଖୁସି ଖବର ଶେୟାର କରିଛନ୍ତି । ତାଙ୍କର ୯ ବର୍ଷର ପୁଅ ଆୟାନ୍ ଦୀର୍ଘ ୫ ବର୍ଷ ଧରି କର୍କଟ ରୋଗ ସହ ଲଢ଼େଇ କରିବା ପରେ ଶେଷରେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଥିବାର ଜଣାଇଛନ୍ତି । ପୂରା ୫ ବର୍ଷର ସଂଘର୍ଷ ପରେ ନିଜ ପୁଅକୁ କକର୍ଟ ମୁକ୍ତ ବୋଲି ଟ୍ୱିଟରରେ ସେ କହିଛନ୍ତି | ଏଥିପାଇଁ ସେ ତାଙ୍କ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇ ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ ଟ୍ବିଟରରେ ଲେଖିଛନ୍ତି, ୫ ବର୍ଷ ପରେ ଆଜି ଆୟନଙ୍କୁ କର୍କଟ ରୋଗରୁ ମୁକ୍ତି ମିଳିଛି । ଏହା ଏକ ଯାତ୍ରା ଥିଲା । ଆପଣମାନଙ୍କ ପ୍ରାର୍ଥନା ଓ ଶୁଭେଚ୍ଛା ପାଇଁ ଧନ୍ୟବାଦ । ସମସ୍ତ କର୍କଟ ପୀଡ଼ିତଙ୍କ ପାଇଁ ମୋର ଭଲପାଇବା ଓ ପ୍ରାର୍ଥନା । ଆଶା ଓ ବିଶ୍ୱାସ ରଖନ୍ତୁ । ଆପଣ ନିଶ୍ଚିତ ଏକ ଲମ୍ବା ଓ ନିରୋଗ ଜୀବନ ଜିଇଁ ପାରିବ । ଆପଣ ଏହି ଲଢ଼େଇକୁ ନିଶ୍ଚୟ ଜିତିବେ । ଏଭଳି ଭାବପ୍ରବଣ ଟ୍ୱିଟ୍‌ ସହ ଇମ୍ରାନ୍‌ ତାଙ୍କ ପୁଅର କିଛି ଫୋଟ ମଧ୍ୟ ଶେଆର କରିଛନ୍ତି । ଇମ୍ରାନଙ୍କ ପୁଅ ଆୟାନ ୨୦୧୦ ମସିହାରେ ଜନ୍ମ ହୋଇଥିଲେ । କିନ୍ତୁ ୨୦୧୪ ମସିହାରେ ଆୟାନକୁ କର୍କଟ ହୋଇଥିବା ଜଣାପଡ଼ିଥିଲା । ତା’ପରେ ଇମ୍ରାନ ବଲିଉଡ୍‌ରୁ ବିଦାୟ ନେଇ ନିଜ ପୁଅର ଚିକିତ୍ସା କରାଇଥିଲେ । ସେହି ସମୟରେ ଇମ୍ରାନ୍‌ ଏକ ବହିବି ଲେଖିଛନ୍ତି ଯହାର ନାଁ ହେଉଛି, ‘The Kiss of Life: How A Superhero and My Son Defeated Cancer’ । ଏହି ପୁସ୍ତକଟି ସେ ଇମ୍ରାନ୍‌ ବିଲାଲ୍‌ ସିଦ୍ଦିକିଙ୍କ ସହ ମିଶି ଲେଖିଛନ୍ତି । ବହିଟି ତାଙ୍କ ପୁଅର କର୍କଟ ରୋଗ ସହ ଲଢ଼ିବାର କାହାଣୀ ଉପରେ ପର୍ଯ୍ୟବେଶିତ । ଇମ୍ରାନ୍‌ ଖୁବ୍‌ଶୀଘ୍ର ଫିଲ୍ମ ହ୍ୱାଏ ଅଣ୍ଡିଆ ଚିଟରେ ନଜର ଆସିବେ । ଏହି ଫିଲ୍ମ ଶୁକ୍ରବାର ଦିନ ରିଲିଜ୍‌ ହେବ ବୋଲି ଜଣାପଡିଛି ।