ସାବଧାନ! ଖବର କାଗଜରେ ଖାଦ୍ୟ ରଖି ଖାଉଛନ୍ତି କି, ହୋଇପାରେ ଏହି ରୋଗ…

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରକୋପ ଜୋରସୋରରେ ଦେଖିବାକୁ ମିଳୁଛି । ତେବେ ଏହି ଶୀତର ଫାଇଦା ଉଠାଇବା ଲାଗି ଘରେ ଓ ବଜାରରେ ବିଭିନ୍ନ ପ୍ରକାରର ଛଣାଛଣି ଖାଦ୍ୟର ଡିମାଣ୍ଡ ଅଧିକା ଦେଖାଦେଇତାଏ । ତେବେ ଏପରି ପରିସ୍ଥିତରେ ଆମେ ଘର ଠାରୁ ଅଧିକା ଖାଇବାକୁ ପସନ୍ଦ କରିଥାଉ । ତେବେ ବାହାରେ ମିଳୁଥିବା ଜଳଖିଆ ଖାଦକୁ ଦୋକାନୀମାନେ କାଗଜରେ ଦେଇଥାନ୍ତି । ଏଥିସହ ଘରେ ମଧ୍ୟ କିଛି ତେଲ ଛଣାଛଣି କଲେ ଆମେ ଖବର କାଗଜ ବ୍ୟବହାର କରିଥାଉ କିନ୍ତୁ ଜାଣନ୍ତିକି ଏହା ଆମ ଶରୀର ପାଇଁ ଏହି ଖବର କାଗଡରେ ରଖାଯାଉଥିବା ଖାଦ୍ୟ କେତେ କ୍ଷତିକାରକ ? ଏହା ଦ୍ୱାରା କର୍କଟ ଭଳି ରୋଗ ହେବାର ସମ୍ଭାବନା ରହିଥାଏ । ଏଥିସହ ମଧ୍ୟ ପେଟ ଦରଜ, ଉଚ୍ଚ ରକ୍ତଚାପ ପରି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଯେଉଁଟାକି ଏବେ ପିଲା ଏବଂ ବୃନ୍ଧଙ୍କ ପାକରେ ଏପରି ସମସ୍ୟା ବେଶୀ ଦେଖିବାକୁ ମିଳୁଛି । ସୂଚନାନୁଯାୟୀ, ସାଧାରଣତଃ ଖବର କାଗଜ ଛପା ହେବା ପାଇଁ ବ୍ୟବହାର ହେଉଥିବା କାଳୀରେ ଅନେକ ପ୍ରକାରର କ୍ଷତିକାରକ ତତ୍ତ୍ୱ ରହିଛି । ଏହା ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ । କାରଣ ସେ କାଳୀର ଅଳ୍ପ କିଛି ମାତ୍ରା ଆମ ଶରୀରକୁ ଗଲେ ବା ଆମ ଶରୀର ସଂସ୍ପର୍ଶରେ ଆସିଲେ ଆମକୁ କର୍କଟ ରୋଗ ପରି ସମସ୍ୟାର ସମ୍ମୁଖିନ ହେବାକୁ ପଡେ । ଏହା ଛଡା ଅନ୍ୟ ପ୍ରକାରର ରୋଗର ମଧ୍ୟ ସମ୍ମୁଖିନ ହେବାକୁ ପଡେ । ପ୍ରଥମତଃ ଏହା ଆରମ୍ଭ ହୁଏ ହରମୋନ ଅସନ୍ତୁଳନ ଠୁ ଖବର କାଗଜରେ ଖାଦ୍ୟଦ୍ରବ୍ୟ ଖାଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ । କାଗଜରେ କାଳୀରେ ଏପରି କ୍ଷତିକାରକ କେମିକାଲ ରହିଛି ଯାହା ଆମ ଶରୀରରେ ହରମୋନକୁ ପ୍ରଭାବିତ କରିଥାଏ । ସେହି କେମିକାଲ ଶରୀର ସଂସ୍ପର୍ଶରେ ଆସିବା ଦ୍ୱାରା ହରମୋନ ଅସନ୍ତୁଳନ ହୋଇଥାଏ । ଏହାଦ୍ୱାରା ଅନେକ ରୋଗ ଖୁବ ଶୀଘ୍ର ଆମ ଶରୀରକୁ ପ୍ରବେଶ କରିଥାଏ । ଖବର କାଗଜରେ ବ୍ୟବହୃତ କାଳିକୁ ସୁଖାଇବା ପାଇଁ ଅନେକ ପ୍ରକାରର କେମିକାଲ ବ୍ୟବହୃତ କରାଯାଏ । ସେହି କେମିକାଲ ଖାଦ୍ୟରେ ଶୀଘ୍ର ଲାଗିଯାଇଥାଏ । ଖାଦ୍ୟ ଆମ ପେଟ ନିକଟକୁ ପହଞ୍ଚିବା ସହିତ ଏହି କେମିକାଲ ମଧ୍ୟ ପହଞ୍ଚିଥାଏ । ତେଣୁ ଏଭଳି ସମସ୍ୟାରୁ ବର୍ତ୍ତିବା ପାଇଁ ଏବଂ ନିଜକୁ ସୁସ୍ଥ ରଖିବା ପାଇଁ ଖଟିସୁ ପେପର ବ୍ୟବହାର କରନ୍ତୁ ଖବର କାଗଜଠୁ ଦୁରରେ ରୁହନ୍ତୁ ।