ପୁଣି କନ୍ଧମାଳରେ ଲଜ୍ଜା: ୯ ବର୍ଷ ନାବାଳିକାକୁ ଦୁର୍ଷ୍କମ କଲା ୧୫ ବର୍ଷର ନାବାଳକ

କନ୍ଧମାଳ: ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମର ମାତ୍ରା ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଏପରି ପରିସ୍ଥିତିରେ ପ୍ରଶାସନ ପ କ୍ଷରୁ କାହିଁକି ଦୃଢରୁ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ ତାହା ସାଧାରଣରେ ପ୍ରଶ୍ନ ଉଠୁୁଛୁ । ତେବେ ଆଜି ପୁଣି ଏକ ଲଜ୍ଜ୍ୟଜନକ ଘଟଣା ସାମନାକୁ ଆସିଛି । ଜଣେ ଶିଶୁକୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଜଣାପଡିଛି । ଏପରି ଲଜ୍ଜ୍ୟଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅଞ୍ଚଳରେ । ସୂଚନା ଅନୁଯାୟୀ ଜଣେ ୯ ବର୍ଷର ନାବାଳିକାକୁ ନିଜ ମାଆ ପାଖରେ ଖେଳୁଥିବା ବେଳେ ସେହି ଅଞ୍ଚଳର ଜଣେ ୧୫ ବର୍ଷୀୟ ନାବାଳକ କøଶଳ କ୍ରମେ ତାକୁ ସେଠାରୁ ଡାକି ନେଇ ଦୁଶ୍କର୍ମ କରିଥିବାର ଅବୟେଯାଗ ହୋଇଛି । ଝିଅକୁ ନପାଇବାରୁ ମାଆ ତାଙ୍କୁ ଖୋଜାଖୋଜି କରିଥିଲେ । ଶିଶୁଟି ଏକ ବନ୍ଧ ଘରେ ଚେତାଶୂନ୍ୟ ହୋଇ ପଡିଥିବାର ଦେଖିବାକୁ ମିଳିଥିଲା । ଚେତା ଫେରିବା ପରେ ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ଜଣା ପଡିବା ପରେ ନାବାଳିକାଙ୍କ ମାଆ ଯାଇ ତୁମୁଡିବନ୍ଧ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ତୁମୁଡିବନ୍ଧ ଥାନାରେ ମାମଲା ରୁଜୁ କରାଯାଇଛି । ନାବାଳିକାକୁ ତୁମୁଡିବନ୍ଧ ପୁଲିସ ଡାକ୍ତରୀ ମାଇନା ପାଇଁ ଫୁଲବାଣୀ ପଠାଇଥିବା ଜଣାପଡିଛି ।
ଉଲ୍ଲେଖନୀୟ, ପୂର୍ବରୁ କନ୍ଧମାଳ ଜିଲ୍ଲାରେ ଦାରିଙ୍ଗବାଡ଼ିରେ ଘଟିଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ କନ୍ୟା ସନ୍ତାନ ଜନ୍ମ ଦେବା । ତାକୁ ନେଇ ଏଯାଏଁ ବିକ୍ଷୋବଭ ଜାରି ରହିଥବା ବେଳେ ପରେ ଜି.ଉଦୟଗିରିରେ ମଧ୍ୟ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିଲା । କନ୍ଧମାଳ ଜିଲ୍ଲାରେ ଏପରି କ୍ରମାଗତ ଭାବେ ଘଟିଚାଲିଛି ନାବାଳିକା ମାନଙ୍କ ଦୁଷ୍କର୍ମ ଘଟଣାକୁ ନେଇ ସାଧାରଣରେ ନିନ୍ଦା କରାଯାଉଥିବା ବେଳେ ସେଠାରେ ଥିବା ପ୍ରଶାସନର କାର୍ଯ୍ୟପନ୍ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।

ଅଷ୍ଟମ ଶ୍ରେଣୀର ଛାତ୍ରୀ ହେଲେ ମାଆ, ହେଲେ ବଞ୍ଚିଲାନି ଶିଶୁକନ୍ୟା, ସେପଟେ ଦୁଷ୍କର୍ମକାରୀ ବୁଲୁଛି ଖୋଲାରେ…ପଢନ୍ତୁ ପୂରା ଖବର