ଆଶାଦେଲେ ନିରଞ୍ଜନ

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମହାନଦୀ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କ ମନରେ ଆଶା ଜାଗ୍ରତ କରିଛନ୍ତି । ୫ରାଜ୍ୟର ନିର୍ବାଚନ ଫଳାଫଳ ଉପରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ ଛତିଶଗଡ଼ରେ ବିଜେପି ସରକାର ହଟି କଂଗ୍ରେସ ସରକାର ଆସୁଥିବାରୁ ମହାନଦୀ ସମସ୍ୟାର ସମାଧାନ ହେବ ବୋଲି ସେ ଆଶା ଦେଖାଇଛନ୍ତି । ଛତିଶଗଡ଼ ସରକାରଙ୍କ ସହ ଆଲୋଚନା କରି ମହାନଦୀ ସମସ୍ୟାର କିଛି ନା କିଛି ବାଟ ବାହାର କରାଯିବ ବୋଲି ନିରଞ୍ଜନ କହିଛନ୍ତି । ଏଥିସହ ଅନ୍ୟ ରାଜ୍ୟ ଗୁଡ଼ିକରେ ଯେପରି ଜନସାଧାରଣ ବିଜେପିକୁ ହଟାଇ କଂଗ୍ରେସକୁ ଆଣିଲେ ଓଡ଼ିଶାରେ ବିଜେଡିକୁ ହଟାଇବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଏଥିସହ ମୋଦିଙ୍କ କଂଗ୍ରେସ ମୁକ୍ତ ଭାରତ ସ୍ଲୋଗାନକୁ ମଧ୍ୟ ସେ କଡ଼ା ତାତ୍ସଲ୍ୟ କରିଛନ୍ତି ।
ନିରଞ୍ଜନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆମେ ବିଶେଷ ଭାବରେ ଖୁସି ଯେ ଛତିଶଗଡ଼ରେ କଂଗ୍ରେସ ଦଳ ଅଦ୍ଭୁତପୂର୍ବ ଭାବରେ ଜିତିଛି । ଏବଂ ବିଜେପି ଦଳ ଓ ବିଜେଡି ଦଳ ମିଶି ଓଡ଼ିଶାକୁ ଯେପିରି ମରୁଡ଼ି ଗ୍ରସ୍ତ କରି ଠେଲିଦେଇଛନ୍ତି । ଆମର ଗୋଟେ ଆଶା ଭରଷା ହେଲା ଯେ, ଛତିଶଗଡ଼ରେ କଂଗ୍ରେସ ସରକାର ହେଲା ପରେ ଆମେ ତାଙ୍କ ସହ ମହାନଦୀ ବିବାଦ ଉପରେ ଆଲୋଚନା କରି କିଛି ନା କିଛି ରିଲିଫ ପାଇବୁ ବୋଲି ଆମର ଆଶା ଓ ଭରଷା ଅଛି । ମହାନଦୀ ପ୍ରସଙ୍ଗରେ ଆମେ ଗୋଟେ ସାହସ ପାଇବୁ ଯେ ସରକାରଙ୍କ ସହିତ ଆଲୋଚନା କରି କିଛିଟା ରିଲିଫ ଆମକୁ ମିଳିବ ବୋଲି ଆଶା କରିଛୁ । ସେଥିପାଇଁ ଆମେ ଆଶା ରଖିଛୁ ବୋଲି ସେ କହିଛନ୍ତି ।
ମୋଦିଙ୍କୁ ତାତ୍ସଲ୍ୟ କରି ନିରଞ୍ଜନ କହିଛନ୍ତି, କଂଗ୍ରେସ ମୁକ୍ତ ଭାରତ କହୁଥିଲେ । ବର୍ତ୍ତମାନ ସେମାନେ ବର୍ତ୍ତମାନ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠ ଥିଲେ । ସେମାନେ ଛତିଶଗଡ଼ରେ, ମଧ୍ୟପ୍ରଦେଶରେ ରାଜସ୍ଥାନରେ ସେଠି କି ଅବସ୍ଥା, କଂଗ୍ରେସ ମୁକ୍ତ ଭାରତ ବର୍ଷ ତିଆରି କରୁଥିଲେ ନା ବର୍ତ୍ତମାନ ବିଜେପି ମୁକ୍ତ ଭାରତ ବର୍ଷ ହେବାକୁ ଆସ୍ତେ ଆସ୍ତେ ଯାଉଛି ସେହି କଥା ମୋଦି ମହାଶୟ ଦେଖନ୍ତୁ । ଯେଉଁ ୫ଟି ରାଜ୍ୟରେ ବର୍ତ୍ତମାନ ନିର୍ବାଚନ ହେଲା ସେହି ରାଜ୍ୟର ଅଧିବାସୀମାନଙ୍କୁ ମୁଁ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛି । ସେହି ଭାରତ ବର୍ଷର ଗତ ୪ବର୍ଷର ସ୍ଥିତି କ’ଣ ତାକୁ ସେ ଉପଲବ୍ଧି କରିଛନ୍ତି ଏବଂ ସେହି ଅନୁସାରେ ମଧ୍ୟ ମତାମତ ଦେଇଛନ୍ତି । ଅଜର୍ସ ଅର୍ଥ ବିଜେପି ବାଲା ଖର୍ଚ୍ଚ କରି ମଧ୍ୟ ସେ କଂଗ୍ରେସ ମୁକ୍ତ କରିପାରି ନାହାନ୍ତି ବୋଲି ସେ ମତ ରଖିଛନ୍ତି ।
କଂଗ୍ରେସରେ ଦେଖାଦେଇଥିବା ମତଭେଦ ପରିପ୍ରେକ୍ଷୀରେ ଉଠୁଥିବା ପ୍ରଶ୍ନରେ ପିସିସି ସଭାପତି କହିଛନ୍ତି, ଆମେ ତ ଏକାଠି ଅଛୁ? ଯଦି କାହା ମନରେ କିଛି ଥାଏ, ଯଦି ଓଡ଼ିଶା ପ୍ରତି ଦରଦ ଥାଏ, କଂଗ୍ରେସ ଦଳ ପ୍ରତି ଦରଦ ଥାଏ ତାହେଲେ ଆସନ୍ତୁ ସମସ୍ତେ ମିଶି ଲଢ଼ିବା ଓ ଓଡ଼ିଶାର ବିକାଶ କରିବା ପାଇଁ ଚେଷ୍ଟା କରିବା । ଆମେ ଆଶାବାଦୀ ଯେ ଓଡ଼ିଶାର ଲୋକେ ଛତିଶଗଡ଼ର ଜନସାଧାରଣ ଯେପରି ଭାବେ ଅନୁଭବ କରିଛନ୍ତି ବିଜେପି ଶାସନକୁ, ଏଠି ମଧ୍ୟ ଓଡ଼ିଶାର ଜନସାଧାରଣ ବିଜେଡି ଶାସନ କିଭଳି ଚାଲିଛି ଅନୁଭବ କରିବେ ଏବଂ ଓଡ଼ିଶାର ବିକାଶ ପାଇଁ କଂଗ୍ରେସ ଦଳକୁ ସାହାଯ୍ୟ କରିବେ । ଶ୍ରୀଯୁକ୍ତ ରାହୁଲ ଗାନ୍ଧି ଓଡ଼ିଶା ବାରମ୍ବାର ଆସିବେ । ମୋର ମନହୁଏ ବର୍ତ୍ତମାନ ରାଜ୍ୟ ଗୁଡ଼ିକ ମନ୍ତ୍ରୀମଣ୍ଡଳ ସରିଲା ପରେ ଆସିପାରନ୍ତି ବୋଲି ନିରଞ୍ଜନ କହିଛନ୍ତି ।