କାଦରଖାନଙ୍କ ମୃତ୍ୟୁକୁ ନେଇ ଗୁଜବ, ପଢନ୍ତୁ ପୂରା ଖବର…

ମୁମ୍ୱାଇ: ବଲିଉଡ୍‌ର ଭେଟେରାନ୍‌ ଆକ୍ଟର୍‌ ତଥା ଡାଏଲଗ୍‌ ଲେଖକ କାଦର୍‌ ଖାନ୍‌ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଗୁରୁତର ଥିବା ଜଣାପଡ଼ିଛି । ତେବେ ତାଙ୍କ ଅବସ୍ତା ଗୁରୁତର ଥିବା ବେଳେ କେହି ଜଣେ ସୋସାଲ ସାଇଡରେ ସେଯାର କରିଛି ଯେ ତାଙ୍କର ମୃତ୍ୟୁ ଘଟିଛି | କିନ୍ତୁ ଉଠିଥିବା କଥା ପୂରା ଗୁଜବ ବୋଲି ସ୍ପଷ୍ଟ ହୋଇଛି | ସେ ବର୍ତ୍ତମାନ ମେଡିକାଲରେ ଚିକ୍ଚତ୍ସିତ ହେଉଛନ୍ତି | ତାଙ୍କୁ ନେଇ ଭାଇରାଲ ହେଉଥିବା କତାଟି ସମ୍ପୂଣ୍ଣ ମିଛ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି |
ଉଲ୍ଲେଖନୀୟ, ୮୧ ବର୍ଷିୟ କାଦର୍ ଖାନଙ୍କୁ Progressive supranuclear policy disorder(PSP) ରୋଗ ହୋଇଛି | ଏହି ରୋଗ ହେଉଛି ମସ୍ତିଷ୍କ ରୋଗ । ଅର୍ଥାତ୍ ବ୍ରେନ ଡେଡ ହୋଇଯାଏ | ଯାହା ଶରୀରର ଗତି, କାର୍ଯ୍ୟଶୈଳୀ, କହିବା, ଦେଖିବା, ମନେ ରଖିବା ଓ ବ୍ୟବହାରକୁ ପ୍ରଭାବିତ କରିଥାଏ । ଏହା ସହିତ ବ୍ୟକ୍ତିର ଶରୀରକୁ ଦୁର୍ବଳ ମଧ୍ୟ କରିଦେଇଥାଏ । ଏହି କାରଣରୁ ଶରୀରର ନର୍ଭ ସିଷ୍ଟମ୍‌ ନଷ୍ଟ ହେବାକୁ ଲାଗିଥାଏ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଛି । ସେ ଏବେ ପୁଅ ସରଫରାଜ୍‌ ଓ ବୋହୂ ଶାଇସ୍ତାଙ୍କ ସହିତ କାନାଡ଼ାରେ ରହୁଛନ୍ତି । ବର୍ତ୍ତମାନ କାନାଡାରେ ତାଙ୍କର ଚିକିତ୍ସା କରାଯାଉଛି । ଶେଷଥର ପାଇଁ ତାଙ୍କୁ ୨୦୧୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଦିମାଗ କା ଦହି’ରେ ଦେଖିବାକୁ ମିଳିଥିଲା | ବଲିଉଡ୍‌ରେ ଦୀର୍ଘ ୪୩ ବର୍ଷର କ୍ୟାରିୟର୍‌ରେ ସେ ୩୦୦ ଫିଲ୍ମରେ ଅଭିନୟ କରିଛନ୍ତି । ଏହାସହ ୨୫୦ଟି ଫିଲ୍ମରେ ଡାଏଲଗ୍‌ ଲେଖିଛନ୍ତି । ରିପୋର୍ଟ ଅନୁସାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି । ତାଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଉଛି । ଏହି କାରଣରୁ ତାଙ୍କର ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଛି । ଯେଉଁ କାରଣରୁ ଡାକ୍ତର ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଛି |

ଭେଣ୍ଟିଲେଟରରେ ବଲିଉଡ୍‌ର ଭେଟେରାନ୍‌ ଆକ୍ଟର୍‌ କାଦର୍‌ ଖାନ୍‌