ମୃତ ହେଲା ଜିବୀତ,ଆଠ ବର୍ଷ ପୂର୍ବରୁ ମୃତ ଘୋଷିତ ବାଳିକା ହେଲା ……

ନୂଆଦିଲ୍ଲୀ: ମୃତ୍ୟୁଘୋଷିତର ଆଠ ବର୍ଷ ପରେ ପିଣି ଜୀବତ ହୋଇଯାଇଥିବା ସୂଚନା ମିଳିଛି | ଏଭଳି ଅଦ୍ଭୁତ ଘଟଣା ଝାଡ଼ଖଣ୍ଡର ଗୁମଲାରୁ ଛଦ୍ମନାମ(ସରିତା)ନାଁରେ ଜଣେ ବାଳିକାକୁ ଚାଲାଣକରି ଦିଲ୍ଲୀ ଅଣାଯାଇଥିଲା । ସରିତାଙ୍କ ୮ ବର୍ଷ ପୂର୍ବରୁ ମୃତ୍ୟୁ ହୋଇ ସାରିଛି ବୋଲି ଚାଲାଣକାରୀ ନେଇଥବା ଲୋକମାନେ ଘୋଷଣା କରିଥିଲେ । ମାତ୍ର ଏକ ହ୍ୱାଟସଅପ ଫଟୋରୁ ଖୁଲାସା ହୋଇଛି ଯେ, ବାଳିକା ବର୍ତ୍ତମାନ ଜୀବିତ ଅଛି । ସରିତାକୁ ମାଗଣାରେ ଘରୋଇ କାମ କରିବାକୁ କୁହାଯାଉଛି । ସରିତାଙ୍କ ଭାଇ ମାନବ ଚାଲାଣକାରୀ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଥାନାରେ ଅଭିଯୋଗ ଆଣିଛନ୍ତି । ସେ ଦିଲ୍ଲୀ ନିବାସୀ ରକି ସିଂହ ନାମରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସୁଚନାରୁ ପ୍ରକାଶ, ସରିତାଙ୍କୁ ଚାଲାଣ କରି ଦିଲ୍ଲୀର ସୁରଜ ମହାଲି ଅଣାଯାଇଥିଲା । ଏହା ପରେ ସରିତାଙ୍କ ମାତା-ପିତାଙ୍କୁ କୁହାଯାଇଥିଲା ଯେ, ଚାକିରୀ ମିଳିବାର କିଛି ଦିନ ପରେ ସରିତାଙ୍କ ମୃତ୍ୟୁ ହୋଇ ଯାଇଛି । କିଛି ଦିନ ତଳେ ଦିଲ୍ଲୀର ଏକ ପ୍ଲେସମେଣ୍ଟ ଏଜେନ୍ସିର ପ୍ଲେସମେଣ୍ଟ ସମୟରେ ଗୁମଲାର ଏକ ଝିଅ ସହିତ ସରିତା ଫଟୋ ଉଠାଇଥିଲା । ଏହି ଫଟୋକୁ ଝିଅ ଝାଡ଼ଖଣ୍ଡର ବସିଆ ନିବାସୀ ଜଣେ ଝିଅକୁ ପଠାଇଥିଲା । ବସିଆ ପୋଲିସ ଥାନା ଅନ୍ତର୍ଗତ କୁରୁମ ଗାଁର ନିବାସୀ ସରିତାର ପରିବାର ଲୋକେ ଫଟୋ ଦେଖି ନିଜ ଝିଅକୁ ଚିହ୍ନିଛନ୍ତି । ଏହା ପରେ ଭାଇ ଥାନାରେ ଅଭିଯୋଗ ଆଣିଛନ୍ତି । ହ୍ୟୁମାନ ଟ୍ରାଫିକିଙ୍ଗ ୟୁନିଟ ଶାଖା ପ୍ରଭାରୀ ଆରଏନ ଝା କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ଏତେ ଦିନ ହେଲା ସରିତା କାହିଁକି ଘରକପୁ ଯାଉନଥିଲା ଏବଂ କାହିଁକି ଘର ଠାରୁ ଦୂରରେ ରହୁଥିଲା ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି |