ବାତ୍ୟାର ଆଶଙ୍କା, ଭାରତୀୟ ପାଣିପାଗ ପକ୍ଷରୁ ସୂଚନା

ଭୁବନେଶ୍ୱର: ସୋମବାର ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଘନୀଭୂତ ହୋଇ ୧୩ ତାରିଖରେ ଅବପାତର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି । ଅବପାତ ପରେ ସୃଷ୍ଟି ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଓଡ଼ିଶାରେ ଏହାର ପ୍ରଭାବ ରହିବ କି ନାହିଁ ଆସନ୍ତା ଦୁଇ ଦିନ ଭିତରେ ସ୍ପଷ୍ଟ ଚିତ୍ର ଜଣାପଡିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ଛୁଇଁବ ବୋଲି ଆଶଙ୍କା କରାଯାଉଛି ।ଏହାର ପ୍ରଭାବରେ ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ପ୍ରବଳ ବର୍ଷା ଲାଗିରହିବ । ଏଥିସହ କେରଳ, କର୍ଣ୍ଣାଟକ, ତାମିଲନାଡୁ, ଲକ୍ଷାଦ୍ୱୀପ ଓ ଆନ୍ଧ୍ରପ୍ରଦେଶ ଉପରେ ମଧ୍ୟ ଏହାର ପ୍ରଭାବ ରହିବ । ଡିସେମ୍ବର ୧୩ ତାରିଖ ତାରିଖ ମଧ୍ୟରେ ପୂର୍ବ ଓ ଦକ୍ଷିଣ ଭାରତ ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ । ତେବେ କେଉଁ ସବୁ ରାଜ୍ୟର ଉପକୂଳକୁ ଛୁଇଁବ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଆସନ୍ତା ୩ ରୁ ୪ଦିନ ମଧ୍ୟରେ ଏହାର ପ୍ରଭାବ କିପରି ରହିବ ତାହା ସ୍ପଷ୍ଟ ଜଣାପଡିବ । ଲଘୁଚାପର ପ୍ରଭାବ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଓଡିଶା ଉପକୂଳରେ ପଡିବ ବୋଲି ଅନୂମାନ କରାଯାଉଛି ବୋଲି ସୂଚନା ମିଳିଛି ।