ଟ୍ରକ କାର ମୁହାଁମୁହିଁ ଦୁର୍ଘଟଣା, ୭ ମୃତ, ୪ ଗୁରୁତର

ଅମ୍ବାଲା: ଆଜି ସକାଳେ ଘନ କୁହୁଡ଼ି ଯୋଗୁ ଅମ୍ବାଲା-ଚଣ୍ଡିଗଡ଼ ଜାତୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ରାସ୍ତା ଦୃଶ୍ୟମାନ ନ ହେବାରୁ ଏକ ଟ୍ରକ୍‌ ବିପରୀତ ଦିଗରୁ ଆସୁଥିବା ଦୁଇଟି ଏସ୍‌ୟୁଭି ଉପରେ ମାଡ଼ିଯାଇଥିବାର ଅବିଯୋଗ ହୋଇଛି । ଏଥିରେ ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନାନୁଯାୟୀ, ଆଜି ଭୋର ସମୟରୁ ୨ଟି କାର୍‌ରେ କିଛି ଯାତ୍ରୀ ଚଣ୍ଡିଗଡ଼ରୁ ଆସୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ଘନ କୁହୁଡ଼ି ଯୋଗୁ ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ୪ ଜଣ ଆହତଙ୍କୁ ଗୁରୁତର ଅବସ୍ଥାରେ ପୁଲିସ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି । ଦୁର୍ଘଟଣା ପରେ ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସମସ୍ତ ମୃତ ଓ ଆହତମାନେ ଚଣ୍ଡିଗଡ଼ର ବୋଲି ଜଣାପଡିଛି ।

କଟୁରୀରେ ହାଣି ବାପାକୁ ହତ୍ୟା କଲା ପୁଅ