ଗୁରୁ ନାମରେ କଳଙ୍କ, ୫୦ ବର୍ଷିୟ ଶିକ୍ଷକ ମାତ୍ର ୯ ବର୍ଷୀୟା ଛାତ୍ରୀଙ୍କ ସହ କରିଲେ ଅସଦାଚରଣ

ଡେରାଡୁନ: ପୁଣି ଗୁରୁ ହୋଇ କରିଲେ ତୁଚ୍ଛ କାମ | ୫୦ ବର୍ଷିୟ ଶିକ୍ଷକ ହୋଇ ମାତ୍ର ୯ ବର୍ଷୀୟା ଛାତ୍ରୀଙ୍କ ସହ କରିଲେ ଅସଦାଚରଣ | ଏପରି ଲଜ୍ଜ୍ୟଜନକ ଘଟଣା ଘଟିଛି ଉତ୍ତରାଖଣ୍ଡର ଜଣାଶୁଣା ପର୍ଯ୍ୟଟନସ୍ଥଳୀ ନୈନତାଲ ଠାରୁ ୨୦ କିଲୋମିଟର ଦୂରସ୍ଥ ଭୀମତାଲ୍‌ ଠାରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ | ସୁଚନାରୁପ୍ରକାଶ, ବେଶ୍‌ କିଛିି ଦିନ ଧରି ସ୍କୁଲ୍‌ରେ ଏକ୍ସଟ୍ରାକ୍ଲାସ କରିବା ଆଳରେ ୫୦ ବର୍ଷିୟ ଶିକ୍ଷକ ଜଣକ ଦୁଇଜଣ ଛାତ୍ରୀଙ୍କୁ ଡକାଇ ସେମାନଙ୍କ ସହ ଅସଦାଚରଣ କରୁଥିଲେ ବୋଲି ଅଭିଯୋଗ ହୋଇଛି । ମାତ୍ର ଗତକାଲି ଘଟଣା ପ୍ରଘଟ ହେବା ପରେ ପୀଡ଼ିତାଙ୍କ ବାପା-ମା’ ପୁଲିସକୁ ଖବର ଦେଇ ଶିକ୍ଷକଙ୍କୁ ଗିରଫ କରାଇଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କୌଣସି ପଦକ୍ଷେପ ନେଇ ନ ଥିଲେ । ଅଭିଯୁକ୍ତ ଶିକ୍ଷକ ଜଣଙ୍କ ହେଉଛନ୍ତି ରବି ଚୌଧୁରୀ | ମୋବାଇଲ୍‌ରେ ସେମାନଙ୍କ ଫଟୋ ଉଠାଇ କହିଲେ ସମସ୍ତଙ୍କୁ ଜଣାଇ ଦେବା ଧମକ ଦେଉଥିଲେ ।

ଭୟରେ ପୀଡିତା ଚୁପ୍‌ ରହିିଥିଲେ । ତେବେ ଅନ୍ୟ ଦୁଇ ଜଣ ଛାତ୍ରୀ ଏହା ଦେଖି ଅଭିଭାବକଙ୍କୁ ଜଣାଇବାରୁ ଘଟଣା ସାମ୍ନାକୁ ଆସିଥିଲା । ବର୍ତ୍ତମାନ ପୁଲିସ୍‌ ଶିକ୍ଷକଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି । ତେବେ ଜଣେ ଗୁରୁ ହୋଇ ଏପରି ନିନ୍ଦନୀୟ କାଣ୍ଡ କରିବାକୁ କିପରି ପଛଘୁଞ୍ଚା ଦେଉନଥିଲେ ସେ ନେଇ ସାଦାରଣରେ ପ୍ରଶ୍ନ ସୃଷ୍ଟି ହେଉଛି |