ବୁଦ୍ଧା ଦମ୍ପତ୍ତିଙ୍କର ଆତ୍ମହତ୍ୟା ଉଦ୍ୟମ, ଫସଲ ନଷ୍ଟ ହେଲା କାଳ

ଧର୍ମଗଡ଼: ରାଜ୍ୟରେ ପ୍ରତ୍ୟେକ ଦିନ ଚାଷୀ ଆତ୍ମହତ୍ୟା କରୁଥିବାର ଦେଖିବାକୁ ମିଳୁଛି । କିନ୍ତୁ ଆଜି ଚାଷୀ ଆତ୍ମହତ୍ୟାର ସମସ୍ତ ସୀମା ଚପିଯାଇଛି । ଏଥର କୌଣସି ଯୁବକ ଚାଷୀ ଆତ୍ମହତ୍ୟା କରିନାହାନ୍ତି ବରଂ ବୃଦ୍ଧା ଦମ୍ପତ୍ତି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ତେବେ ବୃଦ୍ଧା ଦମ୍ପତ୍ତିଙ୍କ ମଧ୍ୟରୁ ବୃଦ୍ଧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀଙ୍ ଅବସ୍ଥା ଗୁରୁତର ରହିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଅନ୍ତର୍ଗତ ତୁନ ଗାଁରେ । ମୁତ ବୃଦ୍ଧ ହେଉଛନ୍ତି ୬୫ ବର୍ଷୀୟା ସୁଦର୍ଶନ ମାଝୀ ।ସୁଚନାରୁ ପ୍ରକାଶ, ଚଳିତବର୍ଷ ସୁଦର୍ଶନ ତାଙ୍କର ୫ ଏକର ଜମିରେ ଧାନ କରିଥିଲେ । ଭଲ ବର୍ଷା ନହେବାରୁ ତାଙ୍କ ଫସଲ ଉଜୁଡ଼ି ଯାଇଛି । ଫସଲ ନଷ୍ଟ ହେବାରୁ ଏହି ବୃଦ୍ଧ ଦମ୍ପତି ଗାଁ ପୋଖରୀରେ ବୁଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପାଣିରେ ବୁଡ଼ି ସୁଦର୍ଶନଙ୍କ ମୃତ୍ୟୁ ଘଟିଛି । ସେପଟେ ତାଙ୍କ ପତ୍ନୀଙ୍କୁ ଗାଁ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି ।