ବିକୃତର ପରିଚୟ ଦେଲେ ଜଣେ ନିଶାଧିକାରୀ, ସିଗାରେଟ ଟାଣିବାକୁ ବାରଣ କରିବାରୁ ଗର୍ଭବତୀଙ୍କୁ ତଣ୍ଟି ଚିପି ମାରଲା ଦୁର୍ବୁତ୍ତ

ଲକ୍ଷ୍ନୌ: ସତରେ ମଣିଷ ଅମାନଷିକତାର ଏତେ ମାତ୍ରାରେ ପରିଚୟ ଦେଉଛି ଯେ ମଣିଷକୁ ପଷୁ ସହ ତୁଳନା କଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ | କାରଣ ଏହି ମଣିଷ ଯେଉଁଠି ଅଲଗା ଗ୍ରହକୁ ଯିବାକୁ ଯୋଜନା କରୁଛି ତ ସେଇଟି କେତେକ ଅମାନୁଷିକ ବିକୃତ ଲୋକ ଘୃଣ୍ୟ କାମ କରି ମଣିଷ ସମାଜକୁ ନଷ୍ଟ କରୁଛି | ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ଶୁଣିବା ମାତ୍ରେ ଲାଜରେ ମୁହଁ ତଳକୁ ହୋଇଯିବ | ଜଣେ ଗର୍ଭବତୀ ସିଗାରେଟ ଟାଣିବାକୁ ବାରଣ କରିବାରୁ ଜଣେ ବିକୃତ ବ୍ୟକ୍ତି ମହିଳାଙ୍କ ତଣ୍ଟି ଚିପି ହତ୍ୟା କରିଥିବାର ଅଭିଯୋଗ ହୋଇଛି > ଏପରି ଅଭାବନୀୟ ଘଟଣା ଘଟିଛି ଏକ ଚଳନ୍ତା ଟ୍ରେନରେ | ଟ୍ରେନଟି ପଞ୍ଜାବ-ବିହାର ଜାଲିୱାନାୱାଲାକୁ ଯାଉତିବା ସମଯରେ ଏପରି ଅଭାବନୀୟ କାଣ୍ଡ ଘଟିଛି | ମହିଳା ଜଣଙ୍କ ନାଁ ହେଉଛି ଚିନାତ ଦେବୀ । ସୁଚନାରୁ ପ୍ରକାଶ, ଛଟ୍ ପୂଜା ଦେଖିବାକୁ ଶ୍ରୀମତି ଦେବୀ ବିହାର ଯାଉଥିଲେ | ତାଙ୍କ ପାଖରେ ବସିଥିବା ବ୍ୟକ୍ତିଙ୍କୁ କହିଥିଲେ ଯେ, “ମୁଁ ଗର୍ଭବତୀ’ ଦୟା କରି ଆପଣ ଏଠି ସିଗାରେଟ୍‌ ଟାଣନ୍ତୁ ନାହିଁ । ଟ୍ରେନ୍‌ରେ ନିଜ ପରିବାର ଲୋକଙ୍କ ସହ ବିହାର ଯାଉଥିବା ଜଣେ ମହିଳା ତାଙ୍କ ପାଖରେ ବସିଥିବା ବ୍ୟକ୍ତିଙ୍କୁ କହିଥିଲେ । ବାସ୍‌ ଏତିକିରେ ବ୍ୟକ୍ତି ଜଣଙ୍କ ଗର୍ଭବତୀଙ୍କୁ ମାଡ଼ ମାରିବା ସହ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି । ଟ୍ରେନ୍‌ ଭିତରେ ଏବଂ ତା’ ପୁଣି ସର୍ବସାଧାରଣ ସ୍ଥାନରେ ସିଗାରେଟ୍‌ ଟାଣିବା ଅପରାଧ ହୋଇଥିଲେ ହେଁ ଚିନାତଙ୍କ ପାଖରେ ବସିଥିବା ସୋନୁ ଯାଦବ ନାମକ ଜଣେ ବ୍ୟକ୍ତି ଏହାକୁ ଉଲ୍ଲଙ୍ଘନ କରି ନିଜର ମନମାନି ଚଳାଇଥିଲା । ସେପଟେ ସୋନୁଙ୍କୁ ସେ ବାରମ୍ବାର ଏପରି ନ କରିବା ଅନୁରୋଧ କରିଥିଲେ ହେଁ ସେ ସେଥିପ୍ରତି କର୍ଣ୍ଣପାତ କରି ନଥିଲା । ତେବେ ଚିନାତଙ୍କ ଏଭଳି ବାରମ୍ବାର ଅନୁରୋଧରେ ରାଗି ଯାଇ ପ୍ରଥମେ ସୋନୁ ତାଙ୍କ ସହ ପାଟିତୁଣ୍ଡ କରିଥିଲା। ପରିବାର ଲୋକ ତାକୁ ବିରୋଧ କରିବାରୁ ସୋନୁ ରାଗିଯାଇ ଚିନାତଙ୍କ ତଣ୍ଟଚିପି ହତ୍ୟା କରିଥିଲା । ଏହି ହତ୍ୟା ଘଟଣା ପରେ ଟ୍ରେନ୍‌ଟି ଉତ୍ତର ପ୍ରଦେଶର ଶାହାଜାହାନପୁର୍‌ରେ ଅଟକି ଥିଲା । ଚିନାତଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଜିଆର୍‌ପି ପୁଲିସ୍‌ ଅଭିଯୁକ୍ତ ସୋନୁକୁ ଗିରଫ କରି ତଦନ୍ତ ଆରମ୍ଭ କରିଛନ୍ତି ବୋଲି ସୂଚନା ମିଳିଛି ।