କାଲିଠୁ ଭୁବନେଶ୍ୱର ଓ କଟକରେ ହକି ଟିକେଟ ବିକ୍ରି

ଭୁବନେଶ୍ୱର : ସୋମବାର ଠାରୁ ହକି ବିଶ୍ୱକପ୍ ପାଇଁ ଟିକେଟ୍ ବିକ୍ରି ପ୍ରକ୍ରିୟା ଠାରୁ ଆରମ୍ଭ ହେବ। ଭୁବନେଶ୍ୱରର ୧୮ ଓ କଟକର ୨ଟି ସ୍ଥାନରେ ଟିକେଟ୍ ବିକ୍ରି କରାଯିବ । କଳିଙ୍ଗ ଷ୍ଟାଡିୟମର ୯ ନମ୍ବର ଗେଟ୍‌ କାଉଣ୍ଟରରୁ ଟିକେଟ୍ ମିଳିବ । ପୂର୍ବାହ୍ଣ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବ। ଆସନ୍ତା ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ହକି ବିଶ୍ୱକପ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଚାଲିବ ।
କିନ୍ତୁ ବହୁ ପୂର୍ବରୁ ଅନଲାଇନ୍ ଟିକେଟ ବୁକିଂ ସେବା ଆରମ୍ଭ ହୋଇସାରିଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଏହି ଅନଲାଇନ୍ ଟିକେଟ ବୁକିଂ ସେବାର ଶୁଭାରମ୍ଭ କରିଥିଲେ। ଅନଲାଇନ ଟିକେଟ୍ www.ticketgenie.in ରେ ବୁକିଂ କରିପାରିବେ । ଅନଲାଇନରେ ଉଦଘାଟନୀ ମ୍ୟାଚ ପାଇଁ ଟିକେଟ୍ ବିକା ୧୦୦ ପ୍ରତିଶତ ସରିଥିବା ବେଳେ କ୍ୱାଟର ଫାଇନାଲ, ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ପାଇଁ ସମସ୍ତ ଅନଲାଇନ୍ ଟିକେଟ୍ ବିକ୍ରୟ ପ୍ରକିୟା ଶେଷ ହୋଇଛି ବୋଲି କୁହାଯାଉଛି |