ଆସନ୍ତା କାଲି ବିଧାନସଭା ଗୃହ କମିଟିରେ ହାଜର ହେବେ ଅଭିଜିତ୍ ଆୟର ମିତ୍ର

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ବିଧାୟକଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇପଡିଥିବା ଅଭିଜିତ୍ ଆୟର ମିତ୍ର ଆସନ୍ତାକାଲି ପୂର୍ବାହ୍ଣ ୧୧ଟା ସମୟରେ ବିଧାନସଭା ଗୃହ କମିଟିରେ ହାଜର ହେବେ । ଏ ନେଇ ଅଭିଜିତ୍ ପୂର୍ବରୁ ସମ୍ମତି ଜଣାଇଛନ୍ତି । ତେବେ ତାଙ୍କର ସୁରକ୍ଷା ନେଇ ଏବେ ପ୍ରଶ୍ନ ଉଠିଛି । ଏହି ପରିପ୍ରେକ୍ଷୀରେ ଆୟର ସୁରକ୍ଷା ମାରିଲେ ତାଙ୍କୁ ସୁରକ୍ଷା ଦିଆଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି । ଓଡିଶା ଆସିବା ଆଗରୁ ତାଙ୍କ ଗସ୍ତ ସମ୍ପର୍କରେ କହିଲେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ବିଧାୟକଙ୍କ ବିରୋଧରେ ନିନ୍ଦନୀୟ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାରଙ୍କ ପାଇଁ ବିଧାନସଭା ଗୃହ କମିଟି ଗଠନ ହୋଇଛି । ବିରୋଧି ଦଳ ନେତା ନରସିଂହ ମିଶ୍ର ଅଧ୍ୟକ୍ଷ ରହିଥିବା ବେଳେ ଅନ୍ୟ ସଦସ୍ୟଭାବେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ସଂଜୟ ଦାସବର୍ମା ଓ ପ୍ରମିଳା ମଲ୍ଲିକ ରହିଛନ୍ତି ।