ହୁଡୁହୁଡୁ ଓ ଫାଇଲିନ ତୁଳନାରେ ତିତଲି ନେଲା ଅଧିକ ଜୀବନ

titli

ଭୁନନେଶ୍ୱର : ବାତ୍ୟା ତିତଲି ଓ ପରବର୍ତ୍ତୀ ବନ୍ୟାରେ ପ୍ରାୟ ୫୦ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । କେବଳ ଗଜପତି ଜିଲ୍ଲାରେ ସର୍ବାଧିକ ୪୦ଜଣରୁ ଉଦ୍ଧ୍ବ ମୃତ୍ୟୁ ଘଟିଛି । ଗଂଜାମ ଜିଲ୍ଲାରେ ୮ଜଣ ଓ ରାୟଗଡାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଗଜପତି ଜିଲ୍ଲାର ବାରଗାଁ ରେ ୧୬ଜଣଙ୍କର ପାହାଡ ଧସି ମୃତ୍ୟୁ ଘଟିଛି । ୧୩ଜଣଙ୍କର ଶବ ମିଳିଥିଲା ବେଳେ ଅନ୍ୟମାନେନିଖୋଜ ଅଛନ୍ତି । କଇଁପୁର ପଞ୍ଚାୟତରେ ୧୭ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ୯ଜଣଙ୍କର ଶବ ମିଳିଛି । ଅନ୍ୟମାନଙ୍କର ପତ୍ତା ମିଳୁନାହିଁ । ଗଜପତି ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ମହେନ୍ଦ୍ରତନୟା ନଦୀ ତାର ଗତିପଥ ମଧ୍ୟ ବଦଳାଇ ଦେଇଛି । ସରକାରଙ୍କ ପକ୍ଷରୁ ରିଲିଫ ପାଇଁ ଘୋଷଣା କରାଯାଇଛି । ଗଜପତି ଜିଲ୍ଲାରେ ୨ ମାସ ପାଇଁ ଆଗୁଆ ଚାଉଳ ଓ ୧୦୦୦ଟଙ୍କା ଲେଖାଏଁ ପରିବାରକୁ ଦିଆଯିବ । ସରକାର ରିଲିଫ ଉଦ୍ଧାର କାର୍ଯ୍ୟରେ ଫେଲ ମାରିଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ବିରୋଧୀ ଅସ୍ୱୀକାର କରୁଛନ୍ତି ।