ସୁନ୍ଦରୀ ହେଉଛି ହିଂସ୍ର, ଗୋଟେ ପରେ ଗୋଟେ କରୁଛି ଶିକାର

ସାତକୋଶିଆ : ଗୋଟେ ପରେ ଗୋଟେକୁ ଶିକାର କରି ଚାଲିଛି ନର ଖାଦକ ବା ସୁନ୍ଦରୀ । ଗତକାଲି ଜଣେ ମତ୍ସ୍ୟଜୀବୀଙ୍କୁ ଖାଇବା ପରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲା । ଯାହାକୁ ନେଇ ଡର ଓ ଉତ୍ତେଜନା ଲାଗି ରହିଥିବା ବେଳେ ପୁଣି ଆଜି ଗୋଟିଏ ବଳଦକୁ ଶିକାର କରିଥିବା ସୂଚନା ମିଳିଛି । ପୁରୁଣାକୋର୍ଟ ଥାନା ଅନ୍ତର୍ଗତ ଟାଇଁସିରି ଗାଁ ନିକଟ କୁମୁରିରେ ଏହି ଅବାବନୀୟ ଘଟଣା ଘଟିଛି । ଏପରିକି ବାଘୁଣୀ ଗାଁ ପାଖରେ ବୁଲୁଥିବା କେତେକ ଗ୍ରାମବାସୀ କହିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଭୟ ବଢ଼ିବାରେ ଲାଗିଛି । ବାଘକୁ ତୁରନ୍ତ ସ୍ଥାନାନ୍ତର କରିବା ଦାବିରେ ହଜାର ହଜାର ବନବାସୀ ୫୫ନମ୍ବର ଜାତୀୟ ରାଜପଥ ମୁଣ୍ଡାସାହି ଛକ ନିକଟରେ ଏକାଠି ହୋଇ ପୋଡାଜଳା କରିଥିଲେ । ଆନ୍ଦୋଳନକାରୀଙ୍କୁ ଘଉଡାଇବାକୁ ପୁଲିସ୍ ଉଦ୍ୟମ କରିବାରୁ ମୁହାଁମୁହିଁ ହୋଇଥିଲେ । ଲୋକଙ୍କ ଉପରକୁ ପୁଲିସ୍ ଲାଠିଚାର୍ଜ, ଫାଙ୍କା ଗୁଳିଚାଳନା କରିଥିବାବେଳେ ଉତ୍ୟକ୍ତ ଲୋକମାନେ ଢ଼େଲା, ପଥର ବର୍ଷା କରିଛନ୍ତି । ପୁଲିସର ଦୁଇଟ୍ ଭ୍ୟାନକୁ ପୋଡି ଦେଇଥିବାବେଳେ ଏକାଧିକ ଗାଡି ଭଙ୍ଗାରୁଜା କରିଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଅନୁଗୁଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅନୁଗୁଳୁରେ ୧୩ପ୍ଲାଟୁନ ଫୋର୍ସ ମୂତୟନ କରାଯାଇଛି । ସେପଟେ କାଲିଠୁ ଚାରୋଟି ବନ୍ୟା ବିଭାଗ ଅଧିକରୀ ମଧ୍ୟ ନିଖୋଜ ଅଛନ୍ତି > ସେମାନଙ୍କ ପତ୍ତା ମିଳୁନଥିବା ସୂଚନା ମିଳୁଛି । ସମ୍ବଲପୁର ଓ ଢ଼େଙ୍କାନାଳରୁ ସ୍ପେଶାଲ ଫୋର୍ସ ମଗାଯାଇଛି । ସେପଟେ ବାଘୁଣୀକୁ ଧରିବା ପାଇଁ ସେଠାକୁ ଯାଇଛନ୍ତି ସ୍ପେଶାଲ ଟ୍ରାଙ୍କୁଲାଇଜ୍ ଟିମ୍ । ସେମାନେ ଆଜି ବାଘକୁ ଟାଙ୍କୁଲାଇଜ୍ କରିପାରନ୍ତି । ଟାଙ୍କୁଲାଇଜ୍ ଟିମରେ ପଶୁ ବିଶେଷଜ୍ଞ ସାମିଲ ହୋଇଛନ୍ତି । ଡେରାଡୁନର ମଧ୍ୟ ବନ୍ୟଜନ୍ତୁ ବିଶେଷଜ୍ଞ ଆସିଛନ୍ତି । ସେମାନଙ୍କ ସହ ଆଲୋଚନା ପରେ ପରବର୍ତି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପିସିସିଏଫ୍ ।