ଭାଇରାଲ ହେଲା ଦୁନିଆର ସବୁଠାରୁ ଦାମୀ ଚପଲ ଫଟୋ

ନୂଆଦିଲ୍ଲୀ : ସାଧାରଣତଃ ଆମେ ଅନେକ ସମୟରେ ଦାମୀ ଓ ସୁନ୍ଦର ଚପଲ ପିନ୍ଧିବାକୁ ପସନ୍ଦ କରିଥାଉ । କିନ୍ତୁ ଆପଣ କେବେ ସାଧାରଣ ପରି ଦେଖାଯାଉଥିବା ଏକ ଚପଲର ଦାମ ୪୫ ହଜାର ଟଙ୍କା ହୋଇଥିବ ଭାବି ପାରୁଛନ୍ତି କି । ତେବେ ସେପରି ଏକ ଚପଲ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଅନେକ ଟ୍ରୋଲ କରିସାରିଲେଣି । ଉକ୍ତ ଚପଲଟି ଆମାଜନରେ ବିକ୍ରି ହେଉଛି । ଯାହାର ମୂଲ୍ୟ ଦେଖି ଅନେକ କମେଣ୍ଟ ମାରିବା ସହ ଆମାଜନକୁ ମଧ୍ୟ ଖରାପରେ କମେଣ୍ଟ କରୁଛନ୍ତି । ଏହି ଚପଲଟି କେବଳ ପୁରୁଷଙ୍କ ପାଇଁ ତିଆରି ହୋଇଛି । ଏହି ଚପଲ କିଣିବାରେ ମଧ୍ୟ ଟ୍ରମ ଆଣ୍ଡ କଣ୍ଡିସନ ରହିଛି । ଏହି ଚପଲକୁ ୩ ହଳ ବା ପେୟରରୁ ଅଧିକ କିଣିପାରିବେ ନାହିଁ । ଏହି ଚପଲକୁ ଯଦି କେହି କିଣିବାରେ ଅସର୍ମଥ ତ ତା ପାଇଁ ମଧ୍ୟ ଆମାଜନ ଏକ ସୁବିଧା ବାଟ କରିଦେଇଛି । ଗ୍ରାହକ ଚାହିଁଲେ ମଧ୍ୟ ଇଏମଆଇରେ ନେଇପାରିବେ ମାତ୍ର ୨,୧୩୭ ଟଙ୍କା ଦେଇକି । ଏହାଛଡା ୭୬୬ଟଙ୍କା ଡେଲିଭରି ଚାର୍ଜେସ ମଧ୍ୟ ଲାଗୁ କରାଯିବ । ତେବେ ଏହି ଚପଲ ଭାଇରାଲ ହେବା ପରେ ଅନେକ ଏହାକୁ ନେଇ କମେଣ୍ଟ ମାରୁଛନ୍ତି । କେହି ଜଣେ ଗ୍ରାହକ ଲେଖିଛନ୍ତି ଯେ, ମୁଁ ଏହି ଚପଲ କିଣିବା ଲାଗି ମୋର ମାରୁତି ୮୦୦କୁ ବିକ୍ରି କରିଦେଇଛି । କାହିଁକି ନାଁ ଡ୍ରାଇଭ ଠାରୁ ବେଶି ଗୁରୁତ୍ୱ ଓ୍ବାର୍କ ବୋଲି ମଜାଇକିଆ ଢଙ୍ଗରେ ଲେଖିଛନ୍ତି । ଆଉଜଣେ ଗ୍ରାହକ ଲେଖିଛନ୍ତି ମୋତେ ଏହି ଚପଲ କିଣିବା ଲାଗି ମୋର ଗୋଟିଏ କିଡନି ବିକ୍ରି କରିବାକୁ ପଡିବ ।