ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ,୧୮ ବର୍ଷ ପୁଅ ବିବାହ କଲେ ମିଳିବ ଏହି ଦଣ୍ଡ

ନୂଆଦିଲ୍ଲୀ : କାହିଁକି ଜଣେ୧୮ ବର୍ଷୀୟ ପୁଅ ବିବାହ କରିପାରିବେ ନାହିଁ ବୋଲି ଜଣେ ଓକିଲ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ । କିନ୍ତୁ ଆଜି ସୁପ୍ରିମ କୋର୍ଟ ଏକ ମାମଲାକୁ ଖାରଜ କରିଛନ୍ତି । କୋର୍ଟଙ୍କୁ ପୁଅମାନଙ୍କର ବିବାହର ବୟସ ୧୮ କରିବା ପାଇଁ ଅନୁରୋଧ କରାଯାଇଥିଲା । ଏହାପରେ କୋର୍ଟ ଏହି ମାମଲାକୁ ଖାରଜ କରିବା ସହ ମାମଲା ରୁଜୁ କରିଥିବା ବ୍ୟକ୍ତିଙ୍କୁ ଜୋରିମାନା କରିବା ସହ ବିରକ୍ତ ପ୍ରକାଶ କରିଥିବା ସୂଚନା ମିଳିଛି । ମାମଲା ରୁଜୁ କରିଥିବା ବ୍ୟକ୍ତିଙ୍କ ଯୁକ୍ତି ଅନୁସାରେ ଯଦି ସେନାରେ ଭର୍ତି ହେବା ପାଇଁ ୧୮ ବୟସ ହେବା ଦରକାର ଏହାସହ ମତଦାନ କରିବା ପାଇଁ ମଧ୍ୟ ସମାନ ବୟସ ଦରକାର । ତେବେ ବିବାହ ପାଇଁ ୧୮ ବୟସକୁ କାହିଁକି ଆଇନ କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ଏହି ମାମଲା ରୁଜୁ କରିଥିବା ଓଳିଲଙ୍କର ଯୁକ୍ତିରେ କୋର୍ଟ ବିରକ୍ତ ପ୍ରକାଶ କରିବା ସହ ମାମଲାକୁ ଖାରଜ କରିଥିଲେ । ଏହାସହ କୋର୍ଟ କହିଛନ୍ତି ଯଦି କୌଣସି ୧୮ ବୟସର ପୁଅ ଏପରି ମାମଲାର ଶୁଣାଣି ପାଇଁ କୋର୍ଟଙ୍କୁ ଅନୁରୋଧ କରେ ତେବେ ଏହା ଉପରେ ବିଚାର କରାଯିବ । ଏହାସହ କୋର୍ଟ ସେହି ମାମଲା ଆବେଦନ କରିଥିବା ଓକିଲଙ୍କ ଉପରେ ୨୫ ହଜାର ଟଙ୍କା ଜୋରିମାନା କରିଥିବା ସୂଚନା ମିଳିଛି । ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଲୋକେ କେତେ ଏହାକୁ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।