ପୋଲିସ ଚାପୁଡା ମାଡ ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ନିଜ ବର୍ଦ୍ଦିର ଫାଇଦା ଉଠାଇବା ପଡିଲା ମହଙ୍ଗା । ହୋଟେଲରେ ଦେଖାଉଥିଲେ ଦାଦାଗିରି । ମିଳିଲା ଓଲଟା ଜବାବ । ଚାପୁଡା ଉପରେ ଚାପୁଡା ଖାଇ ତଳେ ପଡିଲେ ପୋଲିସ ଅଫିସର । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ମିରଠ ହାଇୱେର ଏକ ହୋଟେଲରେ । ତେବେ ସମସ୍ତ ଘଟଣା କ୍ୟାମେରାରେ କଏଦ ହେବା ପରେ ଜୋରରେ ଭାଇରାଲ ହେବାରେ ଲାଗିଛି । କ୍ୟାମେରାରେ କଏଦ ମୁତାବକ, ଉକ୍ତ ହୋଟେଲରେ ସୋହିଉଦ୍ଦିନପୁର ଥାନର ଇନଚାର୍ଜ ଖୁସପାଲ ସିଂହ ପାୱାର ଓ ଜଣେ ମହିଳା ଖାଇବାକୁ ଯାଇତିଲେ । ମାତ୍ର ଖାଇବା ବିଳମ୍ବରେ ଦିଆଯିବାରୁ ସେଠାରେ ସେ ତୁମୁଳ କାଣ୍ଡ ଘଟଣାଇଥିଲେ । ପ୍ରଥମେ ମହିଳା ନିଶାସକ୍ତ ଅବସ୍ଥାରେ ହେଟେଲରେ ଭଙ୍ଗାରୁଜା କରିବା ସହ ଗାଳି ଗୁଲଜ କରିଥିଲେ । ଏହାକୁ ବିରୋଧ କରିବାରୁ ପରିସ୍ଥିତି ଭୟାବହ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ମିରଟ ଜିଲ୍ଲାର କଙ୍କରଖେଦାରେ ସ୍ଥାନୀୟ ବିଜେପି ନେତା ମନୀଷ କୁମାରଙ୍କ ମାଲିକାନାରେ ଥିବା ରେସ୍ତୋରାଁକୁ ସବ୍‌-ଇନ୍‌ସପେକ୍ଟର ଜଣେ ମହିଳାଙ୍କ ସହିତ ଖାଇବାକୁ ଆସିଥିଲେ। ଏହି ମହିଳା ଜଣକ ତାଙ୍କୁ ଖାଦ୍ୟ ପରଶା ଯବିରେ ବିଳମ୍ବ ହେବାରୁ ଓ୍ଵଟେରଙ୍କୁ ଖରାପ ଭାଷାରେ ଗାଳିଦେବାକୁ ଲାଗିଲେ । ଏବଂ ରେଷ୍ଟୁରାଣ୍ଟରେ ପ୍ଲେଟ ଗୁଡିକୁ ଫିଙ୍ଗିବା ମଧ୍ୟ ଆରମ୍ଭ କରିଦେଇଥିଲେ । ଏହି ସମୟରେ ମନୀଷ କୁମାର ଘଟଣାରେ ହସ୍ତକ୍ଷେପ କଲେ । ଏହାପରେ ପୁଲିସ ବାବୁ ଓ ତାଙ୍କ ଭିତରେ ବଚସା ହୋଇଥିଲା । ଏଥିରେ ରାଗରେ ମନୀଷ କୁମାର ହୋଟେଲର ଗେଟ ଭିତର ପଟୁ ବନ୍ଦ କରି ପୁଲିସ ସବ୍‌-ଇନ୍‌ସପେକ୍ଟରଙ୍କୁ ପିଟିଥିଲେ । ଏହାପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଭୟଙ୍କୁ ଥାନାକୁ ଆଣିଥିଲେ । ଏହାପରେ ସେହି ମାଡ ଖାଇଥିବା ପୁଲିସ ଅଧିକାରୀଙ୍କୁ ବଦଳି କରାଯାଇଛି । ମାଡ ମାରିଥିବା କାଉନସିଲର୍‌ଙ୍କ ନାମରେ ଭାରତୀୟ ପିଙ୍ଗଳଧାରା ୩୯୫ ଓ ୩୫୪ ଅନୁସାରେ ଏକ ମାମଲା ରୁଜୁ କରାଯାଇଛି । ଅନ୍ୟପକ୍ଷରେ ରେସ୍ତୋରାଁ କର୍ମଚାରୀ ଅଭିଯୋଗ କରିଛନ୍ତି କି ସବ୍‌-ଇନ୍‌ସପେକ୍ଟର ଜଣକ ନିଜର ପିସ୍ତଲ ବାହାର କରି ସେମାନଙ୍କୁ ଧମକ ଦେଇଥିଲେ । ସେପଟେ ମହିଳା ଜଣଙ୍କୁ ପଚରା ଯିବାରୁ ସେ କହିଥିଲେ କି, ଏକ କାମରେ ପୋଲିସଙ୍କ ସହିତ ଦେଖା କରିବାକୁ ଆସିଥିଲେ । ସେ ୱେଟରକୁ ଖାଦ୍ୟ ଆଣିବାକୁ କହିଥିଲେ କିନ୍ତୁ ୱେଟର ତାଙ୍କୁ ଗାଳି ଗୁଲଜ କରିଥିଲା । ଏହା ପରେ ଗେଟ ବନ୍ଦ କରିଦେଇଥିଲା ଓ ର୍ଦୁବ୍ୟବହାର କରିବା ସହିତ କପଡା ଫାଡି ଦେଇଥିଲେ । ମହିଳା ଜଣକ ଏହି ଘଟଣାରେ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରାଇଛନ୍ତି । ହେଲେ ପୁରା ଭିଡିଓକୁ ଦେଖିଲେ ପ୍ରକୃତ ସତ୍ୟ କ’ଣ ତାହା ଜଣିହେଉଛି ।